Below header

ଓଡ଼ିଶାରେ କରୋନା ଆତଙ୍କ, ଭୁବନେଶ୍ୱର ବିମାନ ବନ୍ଦରରେ କଡ଼ାକଡ଼ି କରାଗଲା ଯାଞ୍ଚ

ଭୁବନେଶ୍ବର (କେନ୍ୟୁଜ୍) : ବିଶ୍ୱର ୮୩ଟି ରାଷ୍ଟ୍ରରେ କାୟା ବିସ୍ତାର କରୁଛି କରୋନ । ଭାରତରେ ମଧ୍ୟ କରୋନା ଆତଙ୍କ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ୩୦ ଜଣଙ୍କ ରିପୋର୍ଟ ପଜିଟିଭି ଆସିଛି । ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ତତ୍ପର । ଦେଶର ସବୁ ବିମାନବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏପଟେ ଓଡ଼ିଶାରେ କରୋନା ଆତଙ୍କରେ ଭୁବନେଶ୍ୱର ବିମାନବନ୍ଦରରେ କରୋନା ଯାଞ୍ଚ କଡ଼ାକଡ଼ି କରାଯାଇଛି ।

ଆଜିଠାରୁ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଂ । ସମସ୍ତ ଯାତ୍ରୀଙ୍କୁ କରାଯିବ ଥର୍ମାଲ ସ୍କ୍ରିନିଂ । ଆନ୍ତର୍ଜାତୀୟ ବିମାନରେ ଆସୁତିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି । କ୍ୟାପିଟାଲ ହସ୍‌ପିଟାଲର ଡାକ୍ତରୀ ଟିମ୍‌ ବିମାନବନ୍ଦରରେ ମୁତୟନ ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୨ଟି ରୁମ୍‌ କରାଯାଇଛି । ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାବେଳେ ଗୋଟିଏ ଫର୍ମ ପୂରଣ କରିବେ । କେଉଁ କେଉଁ ଦେଶ ଗସ୍ତ କରିଛନ୍ତି ସେନେଇ ଯାତ୍ରୀ ମାନେ ତଥ୍ୟ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.