Below header

ଭୋଟର ପରିଚୟ ପତ୍ରରେ ଛପିଲା କୁକୁରର ଫଟୋ, ଅପମାନିତ ବୋଧ କଲେ ବୃଦ୍ଧ, ନିର୍ବାଚନ ଆୟୋଗଙ୍କ ବିରୋଧରେ କରିବେ ମାନହାନି ମକଦ୍ଦମା

ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ଫଟୋ ଜାଗାରେ କୁକୁରର ଫଟୋ ଛପାଯାଇଛି। ଏହାକୁ ନେଇ ବ୍ୟକ୍ତି ଜଣକ ଭାରତୀୟ ନିର୍ବାଚନ କମିଶନଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁର୍ଶିଦାବାଦ ଜିଲାର ରାମନଗର ଗାଁରେ ରହୁଥିବା ୬୪ ବର୍ଷୀୟ ସୁନିଲ କର୍ମାକର କହିଛନ୍ତି, କିଛିଦିନ ପୂର୍ବେ ତାଙ୍କର ପରିଚୟ ପତ୍ର ଆସିଥିଲା। କିନ୍ତୁ ଏଥିରେ କିଛି ଭୁଲ୍‌ ଦେଖିବାକୁ ମିଳିଥିଲା। ଏହାକୁ ସୁଧାରିବା ପାଇଁ ସେ ଆବେଦନ କରିଥିଲେ। କିନ୍ତୁ ମଙ୍ଗଳବାର ଯେଉଁ ନୂଆ କାର୍ଡ ଆସିଥିଲା, ସେଥିରେ ତାଙ୍କ ଫଟୋ ଜାଗାରେ କୁକୁରର ଫଟୋ ଲାଗିଥିବା ଦେଖିବାକୁ ମିଳିଛି।

ମୋତେ ଅପମାନିତ କରାଯାଇଛି

ସୁନିଲ ଅଭିଯୋଗ କରିଛନ୍ତି ଯେ ‘ନୂଆ କାର୍ଡରେ ଏହି ଭୁଲ୍‌ ଜାଣିଶୁଣି କରାଯାଇଛି, ଯଦ୍ଦ୍ଵାରା ମୋତେ ଅପମାନିତ ଲାଗିପାରିବ। କାରଣ, ଯିଏ ମୋ ଭୋଟର ପରିଚୟ ପତ୍ର ଦେଖିଥିଲେ, ସେମାନେ ମୋତେ ଥଟ୍ଟା ପରିହାସ କରିଥିଲେ’।

ଭୋଟର ପରିଚୟ ପତ୍ର ତ୍ରୁଟିକୁ ସୁଧାରିବା କାଯ୍ୟର୍ରେ ସାମିଲ ଥିବା ଅଧିକାରୀ ରାଜାଶ୍ରୀ ଚକ୍ରବର୍ତ୍ତୀ କହିଥିଲେ, ତ୍ରୁଟି ସୁଧାରିବା ସମୟରେ ଫଟୋ ଉପରେ ନଜର ଯାଇଥିଲା, ଯାହାକୁ ପରେ ଠିକ୍‌ ମଧ୍ୟ କରାଯାଇଥିଲା। କିନ୍ତୁ ସେଠି କୁକୁରର ଫଟୋ କେମିତି ଛପିଲା, ତାହା ବିଷୟରେ କୌଣସି ସୂଚନା ନାହିଁ। ଆଗାମୀ ଦିନରେ ସୁନିଲଙ୍କୁ ନୂଆ କାର୍ଡ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.