Below header

ବହୁଚର୍ଚ୍ଚିତ ସଂଜୟ ବେହେରା ଓରଫ୍‌ ପାରା ହତ୍ୟା ମାମଲା, ପୂର୍ବତନ କାଉନସିଲର ପ୍ରଦୀପ କୁମାର ନାଏକଙ୍କ ସମେତ ଦୁଇ ଅଭିଯୁକ୍ତ ଗିରଫ

ପୁରୀ (କେନ୍ୟୁଜ୍) : ବହୁଚର୍ଚ୍ଚିତ ସଂଜୟ ବେହେରା ଓରଫ୍‌ ପାରା ହତ୍ୟା ମାମଲାରେ ପୂର୍ବତନ କାଉନସିଲର ପ୍ରଦୀପ କୁମାର ନାଏକ ଗିରଫ । ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ମିଲନ ମିଶ୍ର ଓ ଆକ୍ସନା ପରିଡ଼ାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ପୋଲିସ ପୂର୍ବରୁ ୨ଟି ପିସ୍ତଲ ଓ ଗୁଳି ଜବତ କରିଥିଲା । ୨୦୧୮ ମସିହା ଡିସେମ୍ବର ୨୫ରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ କୁଖ୍ୟାତ ଅପରାଧୀ ପାରାକୁ ଗୁଳି କରି ହତ୍ୟା କରାଯାଇଥିଲା । ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଡେଙ୍ଗା ମୁନ୍ନା, ଜିତେନ୍ଦ୍ର ସାହୁ, ତାପସ ସାମନ୍ତରାୟ, ଭବାନୀ ପରିଡ଼ା, ପ୍ରମୋଦ ଭୋଳ, ରଂଜନ ରାଉଳ ଓ ଅର୍ପିତ ପଟ୍ଟନାୟକଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.