ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ

ବ୍ରହ୍ମପୁର : ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ। ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ନର୍ସମାନେ ଧାରଣାରୁ ହଟିଛନ୍ତି। କୋଭିଡ୍‌ ହସ୍‌ପିଟାଲରେ କାର୍ଯ୍ୟ କରୁଥିବା ନର୍ସମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ ସହ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଏନେଇ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ନର୍ସମାନଙ୍କ ସହ ଆଲୋଚନା କରିଥିଲେ।

ତେବେ ବିଭିନ୍ନ ହସପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଛନ୍ତି ଅନେକ ନର୍ସ, ପାରାମେଡିକାଲ ଷ୍ଟାଫ ଅନ୍ୟ କର୍ମଚାରୀ ମାନେ। ଯେଉଁମାନଙ୍କ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ସେମାନେ କାର୍ଯ୍ୟ କରିବା ସମୟରେ ସେମାନଙ୍କୁ ଖାଇବା, ପିଇବା ଓ ରହିବାର ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ଅତି ଉତ୍ତମ ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ନର୍ସ ଓ ପାରାମେଡିକାଲ ଓ୍ଵାର୍କରମାନେ ଏଭଳି ସମୟରେ ସେବା ଯୋଗାଉ ଥିବାରୁ ସେମାନଙ୍କୁ ସାରା ଦେଶ ଆଜି ସଲାମ୍ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.