କୁଳଭୂଷଣ ମାମଲାରେ ମୁହଁ ଖୋଲିଲା ପାକିସ୍ତାନ, ‘ଆଇସିଜେର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପାଳନ କରିଛୁ’

ବହୁ ଚର୍ଚ୍ଚିତ କୁଳଭୂଷଣ ମାମଲାରେ ରବିବାର ଦିନ ପାକିସ୍ତାନ ନିଜ ବୟାନ ଦେବା ଅବସରରେ କହିଛି ଯେ ସେ ଆଇସିଜେର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛି। ଏହି ମାମଲାରେ କିଛି ଦିନ ପୂର୍ବେ କୁଳଭୂଷଣଙ୍କ ଓକିଲ ବୟାନ ଦେଇ କହିଥିଲେ ଯେ ନୂଆଦିଲ୍ଲୀକୁ ବିଶ୍ୱାସ ଥିଲା ଯେ ଭାରତ ମୃତ୍ୟୁଦଣ୍ଡାଦେଶ ପାଇଥିବା କୁଳଭୂଷଣଙ୍କୁ ଛାଡ଼ିବା ପାଇଁ ଇସ୍‌ଲାମାବାଦକୁ ଅନୌପଚାରିକ ମାଧ୍ୟମରେ ବୁଝାଇଦେବ।

How are judges elected to the International Court of Justice ...

କୁଳଭୂଷଣଙ୍କ ତରଫରୁ ଆଇସିଜେରେ ଲଢ଼ୁଥିବା ଭାରତୀୟ ଓକିଲ ହରିଶ ସାଲେଓ୍ଵ କହିଥିଲେ ଯେ ଆମ ବିଶ୍ୱାସ ଥିଲା ଯେ ଆମେ ଅନୌପଚାରିକ ମାଧ୍ୟମରେ ପାକିସ୍ତାନକୁ କୂଳଭୂଷଣଙ୍କୁ ଖଲାସ କରିବାକୁ ମନାଇ ପାରିବୁ। ଯଦି ସେ ମାନବୀୟ ଆଧାରରେ କିମ୍ବା ଅନ୍ୟ ଆଧାରରେ କଥାବାର୍ତ୍ତା କରିବାକୁ ଚାହାଁନ୍ତି ତେବେ ତାହାକୁ ମଧ୍ୟ ଭାରତ ସ୍ୱାଗତ କରିବ। କିନ୍ତୁ ପାକିସ୍ତାନ କୁଳଭୂଷଣଙ୍କୁ ଛାଡ଼ି ଦେଉ। କାରଣ ଏହା ପାକିସ୍ତାନରେ ଅହଂର କାରଣ ବନିଯାଇଛି। ଏଣୁ ଆମେ ଆଶା କରୁଥିଲୁ ଯେ ସେମାନେ ଛାଡ଼ି ଦେବେ। କିନ୍ତୁ ସେମାନେ ଛାଡ଼ିଲେନି।

Kulbhushan Jadhav case: Pakistan releases another video, claims he ...

ସାଲେଓ୍ଵଙ୍କ ଟିପ୍ପଣୀର ଜବାବରେ ପାକିସ୍ତାନର ବିଦେଶ କାର୍ଯ୍ୟାଳୟର ପ୍ରବକ୍ତା ଆୟେଶା ଫାରୁକୀ କହିଛନ୍ତି ଯେ ଯାଦବ ମାମଲାରେ ଭାରତ ଓକିଲଙ୍କ ବୟାନ ଉପରେ ଇସଲାମାବାଦ ଦୃଷ୍ଟି ଦେଇଥିଲା। କିନ୍ତୁ ତା’ପରେ ଯାଦବ କିଛି ଏଭଳି ବୟାନ ଦେଇଥିଲେ ଯାହା ମାମଲାକୁ ବିପରୀତ ଦିଗକୁ ଟାଣି ନେଇଥିଲା। ଫାରୁକୀ କହିଛନ୍ତି ଯେ ଆମେ ଆଇସିଜେଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପାଳନ କରିଛୁ। ଭାରତର ଓକିଲଙ୍କ ବୟାନ ନିରାଧାର ଏବଂ ମିଛ ବୋଲି ସେ କହିଛନ୍ତି।

Harsh Salve reveals Modi govt's 'back channel' attempts to ...

ସେ କହିଛନ୍ତି ଯେ ପାକିସ୍ତାନ ଯାଦବଙ୍କୁ ଭାରତୀୟ ରାଜନୈତିକ କଥାବାର୍ତ୍ତା ପାଇଁ ମଞ୍ଜୁରୀ ଦେଇଛି ଓ ଆଇସିଜେର ନିଷ୍ପତ୍ତି ଅନୁସାରେ ସମସ୍ତ ସମୀକ୍ଷା ଓ ପୁନଃବିଚାର ପ୍ରକ୍ରିୟା ଜାରି ରଖିଛି। ଏକ ଦାୟିତ୍ୱବାନ ଦେଶ ହିସାବରେ ପାକିସ୍ତାନ ସମସ୍ତ ଅନ୍ତର୍ଜାତୀୟ ଦାୟିତ୍ୱରେ ଅନୁବନ୍ଧିତ। ଫାରୁକୀ କହିଛନ୍ତି ଯେ ଏହା ଦୁଃଖଦାୟକ ଯେ ସାଲେଓ୍ଵ ଏଭଳି ମଥ୍ୟା ବୟାନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.