ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କଲେ ବାଣୀବିହାର ଭିସି

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଅଶାନ୍ତି । ଗତକାଲି ରାତିରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଛି। କ୍ୟାଣ୍ଟିନର ବିଭିନ୍ନ ସମସ୍ୟା ସହ ହଷ୍ଟେଲ ସମସ୍ୟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏକ ନମ୍ବର ବଏଜ୍‌ ହଷ୍ଟେଲ ଆଗରେ ଆନ୍ଦୋଳନରେ ବସିଥିଲେ ଛାତ୍ର। ପରେ ପୋଲିସ କ୍ୟାମ୍ପସକୁ ଆସି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବାଣୀବିହାର ଭିସି ପ୍ରଫେସର ସବିତା ଆଚାର୍ଯ୍ୟ। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟକୁ ଆସି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି।

 

Leave A Reply

Your email address will not be published.