କପି ପାଇଁ ସୁଯୋଗ ମିଳିଲା ନାହିଁ : ପରୀକ୍ଷା ଖାତା ଧରି ଚମ୍ପଟ ୧୨ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କପି କରି ଫସିଲେ ପରୀକ୍ଷାର୍ଥୀ। ୧୨ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ମାମଲା ରୁଜୁ। ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ବଳଦେବଜୀଉ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୧୭ଜଣ ପରୀକ୍ଷାର୍ଥୀ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଗତକାଲି ଥିଲା ଗଣିତ ପରୀକ୍ଷା। ହେଲେ ୧୨ଜଣ ପରୀକ୍ଷାର୍ଥୀଙ୍କୁ କପି କରିବାର ସୁଯୋଗ ନମିଳିବାରୁ ସେମାନେ ପ୍ରଶ୍ନ ଓ ଉତ୍ତର ଖାତା ଧରି ହଲରୁ ଚମ୍ପଟ ମାରିଥିଲେ। ପରେ ପରୀକ୍ଷା କେନ୍ଦ୍ରର ଗେଟକୁ ଟେକା ପଥର ମାଡ କରିଥିଲେ। ଖବର ପାଇ ପୋଲିସ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସେପଟେ ପରୀକ୍ଷାର୍ଥୀମାନେ ପାଲଟା ଅଭିଯୋଗ କରିଛନ୍ତି କି ସେମାନେ ଦୀର୍ଘ ବର୍ଷ ଧରି ପାଠ ପଢା ଛାଡିଦେଇଛନ୍ତି ଓ ପରୀକ୍ଷାରେ କପି କରିବା ପାଇଁ ସ୍କୁଲକୁ ୫୦୦ଟଙ୍କା ଦେଇଥିଲେ।

Leave A Reply

Your email address will not be published.