ନୂଆପଡ଼ା : ୬ ଘଣ୍ଟିଆ ବନ୍ଦ, ଚାଷୀଙ୍କୁ ଫସଲ ବୀମା ଟଙ୍କା ଦାବିରେ BJP ପକ୍ଷରୁ ବନ୍ଦ ଡାକରା

ନୂଆପଡ଼ା (କେନ୍ଯୁଜ୍) : ୬ ଘଣ୍ଟିଆ ବନ୍ଦ। ଚାଷୀଙ୍କୁ ଫସଲ ବୀମା ଟଙ୍କା ଦାବିରେ BJP ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ୧ଟା ଯାଏ ନୂଆପଡ଼ା ବନ୍ଦ ରହିବ। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି। କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ୩୫୩ଜାତୀୟ ରାଜପଥ ଅବରୋଧ ଫଳରେ ରାସ୍ତା ଉପରେ ଗାଡି ମୋଟର ଅଟକି ରହିଛି। ଗତବର୍ଷ ଜିଲ୍ଲାରେ କମ୍ ପରିମାଣର ବର୍ଷା ହେବାରୁ ଶହ ଶହ ଚାଷୀ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପ୍ରିମିୟମ ଟଙ୍କା ଜମାକରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଫସଲ ବୀମା ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି।