ଯାଜପୁର : ଲଗାଣ ବର୍ଷାରେ ଭାଙ୍ଗିଲା ଜେଲ୍ ପାଚେରୀ, ବର୍ତ୍ତିଲେ କଏଦୀ

ଯାଜପୁର (କେନ୍ୟୁଜ୍) : ଲଗାଣ ବର୍ଷାରେ ଭାଙ୍ଗିଲା ଜେଲ୍ ପାଚେରୀ। ଗତକାଲି ରାତିରେ ଯାଜପୁର ଉପକାରାଗାର ବାହାର ପାଚେରୀଟି ଭାଙ୍ଗିପଡିଥିଲା। କଏଦୀମାନେ ଏକ ବଡ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତି ଯାଇଛନ୍ତି। କେହି ମଧ୍ୟ ଆହତ ହୋଇ ନାହାନ୍ତି। ଏହି ଉପକାରଗାରଟି ୧୯୧୨ ମସିହାରେ ସ୍ଥାପିତ ହୋଇଥିଲା। ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ପାଚେରୀ ହୋଇଥିବାରୁ ଲଗାଣ ବର୍ଷାରେ ପାଚେରୀଟି ଭୁଶୁଡି ପଡିଥିଲା। ତେବେ କଏଦୀଙ୍କ ସୁରକ୍ଷା ନେଇ ଜେଲ ଅଧିକାରୀ, ଯାଜପୁର ଜିଲ୍ଲାପାଳ ଏବଂ ଏସପିଙ୍କୁ ଅବଗତ କରାଇଛନ୍ତି।