ବଢୁଛି ପେଟ୍ରୋଲ ଓ ଡିଜେଲ ଦର : ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ବଢୁଛି ତେଲ ଦର

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ ଜାରି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଚାଲିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୬୮ ପଇସା ଏବଂ ଡିଜେଲ ଦର ୭୦ ଟଙ୍କା ୪୨ ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୬ପଇସା ଓ ଡିଜେଲ ଦର ୨୧ ପଇସା ବୃଦ୍ଧି ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ଟପିଛି ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୭ ଟଙ୍କା ୫୫ ପଇସା ରହିଛି । ଗତ ମେ ୨୯ ତାରିଖରେ ଭୁନେଶ୍ୱରରେ ପେଟ୍ରୋଲ ଡିଜେଲ ଦର ରେକର୍ଡ ସୃଷ୍ଟି କରିଥିଲା। ସେତେବେଳେ ପେଟ୍ରୋଲ ୭୭ଟଙ୍କା ୨୩ପଇସା ଓ ଡିଜେଲ ୭୪ଟଙ୍କା ୩୦ ପଇସା ଥିଲା। ଏହାପରେ ଦର କମିଥିଲା। ଏବେ ପୁଣି ଥରେ ଲଗାତାର ଭାବେ ତୈଳ ଦର ବଢିବାରେ ଲାଗିଛି। ଅନ୍ୟପଟେ ଦର ହ୍ରାସ ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.