ଢେଙ୍କାନାଳ : ୫୫ନମ୍ବର ଜାତୀୟ ରାଜପଥରେ ଘୁରି ବୁଲୁଛନ୍ତି ହାତୀପଲ, ଅଟକି ରହିଛି ଗାଡିମୋଟର

ଢେଙ୍କାନାଳ (କେନ୍ୟୁଜ୍) : ରାଜରାସ୍ତାରେ ହାତୀପଲ। ଢେଙ୍କାନାଳ ହଳଦିଆବାହାଳ ନିକଟ ୫୫ନମ୍ବର ଜାତୀୟ ରାଜପଥ ଉପରେ ହାତୀ । ଏହି ହାତୀ ପଲରେ ରହିଛନ୍ତି ୪୦ରୁ ଉର୍ଦ୍ଧ୍ୱ ହାତୀ। ରାସ୍ତା ଉପରେ ଏମାନେ ଘୁରି ବୁଲୁଥିବାରୁ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସକାଳ ୭ଟାରୁ ଲୋକମାନେ ଅଟକି ରହିଛନ୍ତି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀମାନଙ୍କ ଗତି ଉପରେ ଦୃଷ୍ଟି ରଖିଛି । ହାତୀପଲ ଗାଁ ନିକଟରେ ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।