Below header

ଚୌଦ୍ୱାର ଇମ୍ଫା କ୍ରୋମାଇଟ୍ ଖଣିରେ ଶ୍ରମିକ ଅଶାନ୍ତି : ଶତାଧିକ ଶ୍ରମିକଙ୍କ ଧାରଣା

କଟକ (କେନ୍ୟୁଜ୍) : ଚୌଦ୍ୱାର ଇମ୍ଫା କ୍ରୋମାଇଟ୍ ଖଣିରେ ଶ୍ରମିକ ଅଶାନ୍ତି । ଅଧିକ ଦରମା ବୃଦ୍ଧି ଦାବିରେ ମୁଖ୍ୟ ଫାଟକ ଆଗରେ ଶତାଧିକ ଶ୍ରମିକ ଧାରଣା ଦେଇଛନ୍ତି । ଅଭିଯୋଗ ହୋଇଛି, ଇମ୍ଫା ଖଣି କର୍ତ୍ତୃପକ୍ଷ ଶ୍ରମିକଙ୍କୁ ସୁବିଧା ସୁଯୋଗ ଦେଉନାହାନ୍ତି । କଳିଙ୍ଗ ନଗର ଇମ୍ଫା ମାଇନସ୍ ଶ୍ରମିକଙ୍କ ଦରମା ୫ ହଜାର ଟଙ୍କା ବଢିଥିବା ବେଳେ ଚୌଦ୍ୱାର ଶ୍ରମିକଙ୍କ ଦରମା ୨୭୦୦ ଟଙ୍କା ବଢିଛି । ତୁରନ୍ତ ୫ ହଜାର ଟଙ୍କା ଦରମା ବୃଦ୍ଧି କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ କମ୍ପାନୀକୁ ଅଚଳ କରିବାକୁ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚିଛି । ସେପଟେ ଏ ନେଇ ପ୍ରତିକ୍ରିୟା ଦେବାକୁ ଇମ୍ପା କତ୍ତୃପକ୍ଷ ମନାକରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.