Below header

ମିଳିତ ପ୍ରଦର୍ଶନ ଭାରତକୁ ଓଭାଲ ଟେଷ୍ଟରେ ଜିତାଇ ପାରିବ

ନଟିଂହାମ୍ : ଚତୁର୍ଥ ଟେଷ୍ଟରେ ଆଜି ବିନା ଓ୍ଵିକେଟରେ ୬ ରନରୁ ଖେଳ ଆରମ୍ଭ କରିବ ଇଂଲିଶ ବାହିନୀ । ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୨୭ ରନରେ ଅାଗୁଅଆ ରହିଛି । ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଘରୋଇ ଦଳ । ଗତକାଲି ଭାରତ ପ୍ରଥମ ଇନିଂସରେ ୨୭୩ ରନରେ ଅଲ୍ ଆଉଟ୍ ହୋଇଥିଲା । ଚେତେଶ୍ୱର ପୂଜାରା ଲଢୁଆ ଇନିଂସ ଖେଳି ୧୩୨ ରନରେ ଶେଷ ପର୍ଯନ୍ତ ଅପରାଜିତ ରହିଥିଲେ  ତାଙ୍କ ବ୍ୟତୀତ ବିରାଟ କୋହଲି କରିଥିଲେ ୪୬ ରନ୍ । ଏହା ସହ ସେ ଟେଷ୍ଟରେ ୬ ହଜାର ରନ୍ ପୂରଣ କରିଛନ୍ତି କୋହଲି । ଆଜି ୩ୟ ଦିନରେ ଭାରତୀୟ ବୋଲରଙ୍କ ଉପରେ ମ୍ୟାଚର ଭାଗ୍ୟ ନିର୍ଭର କରୁଛି । ଯଦି ଶୀଘ୍ର ଓ୍ୱିକେଟ୍ ଦଖଲ କରନ୍ତି ତେବେ ମ୍ୟାଚ୍ ଜିତିବାର ସମ୍ଭାବନା ରହିଛି । ଅବଶ୍ୟ ଓଭାଲ ପିଚରେ ଶେଷ ଇନିଂସରେ ସ୍ପିନରଙ୍କୁ ଭଲ ସହାୟତା ମିଳିବ । ଯାହାର ଫାଇଦା ନେବାକୁ ଚେଷ୍ଟା କରିବ ଇଂଲଣ୍ଡ ଦଳ । ତେଣୁ ଟାର୍ଗେଟ କମ୍ ରହିଲେ ଭାରତ ପୂର୍ବ ମ୍ୟାଚର ସଫଳତାକୁ ଦୋହରାଇ ସିରିଜ୍କୁ ୨-୨କୁ ଆଣି ପାରିବ । ଏଥିପାଇଁ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ମିଳିତ ଭାବେ ଭଲ ପ୍ରଦର୍ଶନ କରିବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.