Below header

ପିସିସି ସଭାପତିଙ୍କ ବିରୋଧରେ ତେଜିଲା ବିରୋଧ, ଟିକେଟ ବଣ୍ଟନରେ ପ୍ରିୟାପ୍ରୀତି ତୋଷଣର ଆସିଲା ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସର ବିଦ୍ରୋହ । ୧୯’ ନିର୍ବାଚନରେ ଦଳୀୟ ଟିକେଟ ବଣ୍ଟନରେ ଜାଲିଆତି ଅଭିଯୋଗ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ଦଳୀୟ ନେତା ଇତିଶ ପ୍ରଧାନ । ସେ କହିଛନ୍ତି, ଟିକେଟ ବଣ୍ଟନରେ ପ୍ରିୟାପ୍ରୀତି ତୋଷଣ ହୋଇଛି । ତୃଣମୂଳ ସ୍ତରରେ କର୍ମୀ ଭାବେ କାମ କରିନଥିଲେ ମଧ୍ୟ ନିଜ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକକଙ୍କୁ ସେ ଟିକେଟ ପ୍ରଦାନ କରିଥିଲେ । ସେହିପରି କଂଗ୍ରେସର କିଛି ନେତାଙ୍କ ନାଁରେ ଭିଜିଲାନ୍ସ କେସ ଥିବାରୁ ସେ ଶାସକ ଦଳର ହାତବାରିସି ସାଜିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ନିରଞ୍ଜନଙ୍କ ପାଇଁ ସବୁ ଛାମୁଆ ସଂହଠନ ବରବାଦ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ବିରୋଧ କରାଯିବ ବୋଲି ଇତିଶ ପ୍ରଧାନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.