ଝିଅ ଜିଭା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସୁଇମିଂପୁଲରେ ଧୋନି, ଭାଇରାଲ ହେଲା ଫଟୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଧୋନି ଝିଅ ଜିଭା ସହ ସୁଇମିଂପୁଲରେ ଖେଳୁଥିବା ଦେଖିବାକୁ ମିଳିଛି। ଜିଭା ସିଂହ ଧୋନିଙ୍କ ଆକାଉଣ୍ଟରୁ ତିନିଟି ଫଟୋ ସେୟାର ହୋଇଥିବା ବେଳେ ସବୁ ଫଟୋରେ ଧୋନି ମସ୍ତି କରୁଥିବା ନଜର ଆସିଛି। ଏହି ଆକାଉଣ୍ଟକୁ ଉଭୟ ଧୋନି ଓ ସାକ୍ଷୀ ବ୍ୟବହାର କରିଥାନ୍ତି। ବର୍ତ୍ତମାନ ଜିଭାଙ୍କର ୧.୪ ମିଲିୟନ୍‌ ଫଲୋୟର୍ସ ରହିଛନ୍ତି।

ଏହାସହ ପଢନ୍ତୁ: ବ୍ଲାକ୍‌ ବିକିନିରେ ସମୁଦ୍ରକୂଳରେ ରିଲାକ୍ସ କରୁଛନ୍ତି ବିରୁଷ୍କା, ଭାଇରାଲ ହେଉଛି ଫଟୋ

ତେବେ ସେୟାର ହୋଇଥିବା ଫଟୋରେ ଧୋନିଙ୍କ ସହ ଝିଅ ଜିଭା ଓ କ୍ରିକେଟର ହାର୍ଦ୍ଦିକ ପାଣ୍ଡା ସୁଇମିଂପୁଲରେ ଏନ୍‌ଜୟ କରୁଛନ୍ତି। ଫଟୋରେ ଧୋନି ଝିଅ ଜିଭାକୁ ସୁଇମିଂ ଶିଖାଉଥିବା ଦେଖିବାକୁ ମିଳିଛି। ଏହି ଫଟୋର କ୍ୟାପସନ୍‌ ରହିଛି ‘‘ବେବି ସାର୍କ’’। ଧୋନି ବର୍ତ୍ତମାନ ପରିବାର ଓ ବନ୍ଧୁଙ୍କ ସହ ଇଟାଲୀରେ ଛୁଟି କାଟୁଥିବା ଜଣାଯାଇଛି।

 

View this post on Instagram

 

Baby shark !!!

A post shared by ZIVA SINGH DHONI (@ziva_singh_dhoni) on

ସୂଚନାଯୋଗ୍ୟ ଯେ, ଧୋନି ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ଯାଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ତେବେ ଫ୍ୟାନ୍‌ମାନେ ଧୋନିଙ୍କୁ ପୁଣିଥରେ କେବେ ଗ୍ରାଉଣ୍ଡରେ ଦେଖିବାକୁ ପାଇବେ ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି।