ଟିମ୍‌ ଇଣ୍ଡିଆର ଲକି ଚାର୍ମ ‘ଜୋୟା’ ଉପରେ ଆସିଲା ସଚିନ୍‌ ତେନ୍ଦୁଲକରଙ୍କ ପ୍ରତିକ୍ରିୟା, ଭାଇରାଲ ହେଲା ଟୁଇଟ୍‌

ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର, ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମକୁ ନେଇ ଏକ ଟୁଇଟ୍‌ କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୋନମଙ୍କ ଆଗାମୀଙ୍କ ପିଲ୍ମର ନାଁ ହେଉଛି ‘ଦ ଜୋୟା ଫାକ୍ଟର’। ଏଥିରେ ତାଙ୍କ କୋ-ଆକ୍ଟର ଅଛନ୍ତି ସାଉଥ୍‌ର ଅଭିନେତା ଦୁଲକର ସଲମାନ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଏହି ଟ୍ରେଲରକୁ ଦେଖି ତେନ୍ଦୁଲକର ଏକ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ ଉପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି।

ଟୁଇଟ୍‌ କରି ସଚିନ୍‌ ଲେଖିଛନ୍ତି, ‘କିଛି ସମୟ ପୂର୍ବରୁ ହିଁ ଜୋୟା ଫାକ୍ଟରର ଟ୍ରେଲର ଦେଖିଲି। ମୋର ଭଲ ସାଙ୍ଗ ଅନିଲ କପୁର, ତାଙ୍କ ଝିଅ ସୋନମ କପୁର ଓ ଦୁଲକର ସଲମାନଙ୍କୁ ଫିଲ୍ମ ପାଇଁ ଅନେକ ଶୁଭେଚ୍ଛା’। ସୋନମ ଓ ଦୁଲକରଙ୍କ ଏହି ଫିଲ୍ମ ଅନୁଜା ଚୌହାନଙ୍କ ଉପନ୍ୟାସ ‘ଦ ଜୋୟା ଫାକ୍ଟର’ ଉପରେ ଆଧାରିତ। ଆସନ୍ତା ସେପ୍ଟେମ୍ବର ୨୦ରେ ଫିଲ୍ମଟି ରିଲିଜ୍‌ ହେବ। ଏହି କୌତୁହଳଜନକ ଷ୍ଟୋରୀକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ଅପେକ୍ଷା କରିଛନ୍ତି। ଏଥିପୂର୍ବରୁ ଫିଲ୍ମର ମୋଶନ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଥିଲା, ଯେଉଁଥିରେ ସୋନମ କପୁର ଦେବୀ ବେଶରେ ଛିଡ଼ାହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.