କେବେବି ଦେଖିନଥିବେ ଏମିତି ଖତରନାକ୍‌ କ୍ୟାଚ୍‌, ପବନରେ ଉଡି ଏମିତି ହେଲା ଯେ ଭିଡିଓ ହେଉଛି ଭାଇରାଲ

ସେୟଦ ମୁସ୍ତାକ ଅଲି ଟ୍ରଫିରେ କ୍ରିକେଟର ରାହୁଲ ତ୍ରିପାଠୀ ଏମିତି କ୍ୟାଚ୍‌ ନେଲେ ଯେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାକୁ ଏବେ ପର୍ଯ୍ୟନ୍ତର ସବୁଠାରୁ ରୋମାଞ୍ଚକର କ୍ୟାଚ୍‌ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ କ୍ରୀକେଟ ଫ୍ୟାନ୍ସ ଏହି କ୍ୟାଚର ଖୁବ୍‌ ପ୍ରଶଂସା କରୁଛନ୍ତି।

ଇଂଲଣ୍ଡର ବିଷ୍ଫୋଟକ ବ୍ୟାଟସମ୍ୟାନ ଷ୍ଟୁଆର୍ଟ ବ୍ରୋଡ୍‌ ମଧ୍ୟ ଏହି କ୍ୟାଚକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଏହି କ୍ୟାଚ୍‌ କିଛି ଦିନ ତଳର ଅଟେ କିନ୍ତୁ ଏତେ ସୁନ୍ଦର ଏବଂ ଅଦ୍ଭୁତ କ୍ୟାଚ୍‌ ହୋଇଥିବା କାରଣରୁ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିଲା ଏବଂ ସୁପର ଲିଗ ଟି-୨୦ ମୁକାବିଲାରେ ମହାରାଷ୍ଟ୍ର ତରଫରୁ ଖେଳି ରାହୁଲ ତ୍ରିପାଠୀ ଏହି କ୍ୟାଚ୍‌ ଧରିଥିଲେ। ତାଙ୍କର ଏହି କ୍ୟାଚ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ମ୍ୟାଚରେ ମହାରାଷ୍ଟ୍ର ସହଜରେ ଜିତିଥିଲା।