Below header

ଯାଜପୁରରେ ‘‘କମ୍ପନ’’ ନାମରେ ଛାତ୍ର ଅଧିକାର ସମାବେଶ କଲା  ଛାତ୍ର କଂଗ୍ରେସ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରରେ ଛାତ୍ର କଂଗ୍ରେସର ଛାତ୍ର ଅଧିକାର ସମାବେଶ ‘‘କମ୍ପନ’’  ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଛାତ୍ରମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବାରୁ ଦିନକୁ ଦିନ ବେରୋଜଗାର ବଢ଼ିବାରେ ଲାଗିଛି । ଏହି ଯୁବ ଶକ୍ତିଙ୍କୁ ଏକତ୍ରିତ କରି ସରକାରଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି ବୋଲି ଛାତ୍ର ‘କମ୍ପନ’ ସମାବେଶରେ ମତ ପ୍ରକାଶ ପାଇଛି । ଏହି ସମାବେଶରେ ସର୍ବଭାରତୀୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ରୋଶନ ଲାଲ ବିଟୁ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

 ଦୀର୍ଘବର୍ଷ ଧରି ଓଡିଶାର ଯୁବକ ମାନଙ୍କୁ ନିଯୁକ୍ତି ନାଁରେ ଭୁଆଁ ବୁଲାଇ ଆସୁଛନ୍ତି ଉଭୟ ସରକାର, ଯାହାର ଜବାବ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଦେବ ବୋଲି ସମାବେଶରେ  ଚେତାବନୀ ଦିଆଯାଇଛି ।

jajpur 2

ଯାଜପୁର ସଂସ୍କୃତି ଭବନରେ ଆୟୋଜିତ ଏହି ‘କମ୍ପନ’ ସମାବେଶରେ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା,ରାଜ୍ୟ କଂଗ୍ରେସ ସଭାପତି ମନୋଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ କଂଗ୍ରେସ ନେତାମାନଙ୍କୁ ମାନସା ପୋଲ ଠାରୁ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସଭାସ୍ଥଳକୁ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.