Below header

ପିଲାଦିନର ସାଙ୍ଗକୁ ମନେ ପକାଇ ଇମୋଶନାଲ ହେଲେ ସଞ୍ଜୟ କପୁର, ଶେୟାର କଲେ ରାଜୀବ କପୁରଙ୍କ ଥ୍ରୋବ୍ୟାକ୍‌ ଫଟୋ

ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ରୁ ନିଜର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ଆକ୍ଟର ରାଜୀବ କପୁରଙ୍କ ହାର୍ଟ ଆଟାକ୍‌ରେ ପରଲୋକ ଘଟିଛି। ତାଙ୍କ ନିଧନରେ ପୂରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କୁ ମନେ ପକାଇ ପୁରୁଣା ସ୍ମୃତି ସବୁ ଶେୟାର କରୁଛନ୍ତି। ଏହିପରି ରାଜୀବଙ୍କର ପିଲାଦିନର ସାଙ୍ଗ ତଥା ବଲିଉଡ୍‌ ଆକ୍ଟର ସଞ୍ଜୟ କପୁର ବି ରାଜୀବଙ୍କୁ ମନେ ପକାଇ ଇମୋଶନାଲ ହୋଇଛନ୍ତି ଏବଂ ତାଙ୍କର କିଛି ଫଟୋ ସେ ଶେୟାର କରିଛନ୍ତି।

ସଞ୍ଜୟ କପୁର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ରାଜୀବଙ୍କ ସହିତ ତାଙ୍କର କିଛି ପୁରୁଣା ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସଞ୍ଜୟ ଓ ରାଜୀବ ହସିକି ପୋଜ୍‌ ଦେଇଥିବା ଦେଖିବାକୁ ମିଳୁଛି। ଅନ୍ୟ ଏକ ଫଟୋରେ ସଞ୍ଜୟଙ୍କ ପତ୍ନୀ ମହୀପ ମଧ୍ୟ ଦେଖାଯାଉଛନ୍ତି। ଏଥିରେ ତିନିଜଣ ଡିନର ଟେବୁଲ୍‌ରେ ବସିଛନ୍ତି। ଫଟୋ ସହିତ ସଞ୍ଜୟ କ୍ୟାପସନରେ ଦିଲ୍‌ ଇମୋଜୀ ବନାଇଛନ୍ତି। ରାଜୀବ ଓ ସଞ୍ଜୟ ପିଲାଦିନର ସାଙ୍ଗ ଥିଲେ।

 

View this post on Instagram

 

A post shared by Sanjay Kapoor (@sanjaykapoor2500)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.