ଜାଣନ୍ତୁ କଣ ଏହି ” ୱାନ ମିନିଟ ସିଟି” ପ୍ରୋଜେକ୍ଟ, ଯେଉଁଥିରେ ବଦଳିଯିବ ସହରର ରୂପ ରଙ୍ଗ

ସ୍ୱିଡ଼େନ ସରକାର ନିଜର କିଛି ସହର ଗୁଡିକୁ ଆହୁରି ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି ।  ଏନେଇ ପାର୍କିଙ୍ଗ ସ୍ପେସ ଗୁଡିକୁ ବି ଅଧିକ ଉନ୍ନତ କରାଯିବା ନେଇ ଯୋଜନା କରାଯାଉଛି ।  ଯାହା ଦ୍ୱାରା ବାୟୁମଣ୍ଡଳକୁ ସୁରକ୍ଷିତ ରଖାଯିବା ସହ ସହରୀ ଜୀବନ ଯାତ୍ରା ଅଧିକ ଉନ୍ନତ କରାଯାଇହେବ ।  ଏହି ପ୍ରୋଜେକ୍ଟର ନାଁ ” ୱାନ ମିନିଟ ସିଟି” ନାଁ ଦିଆଯାଇଛି ।  ଏହି ଯୋଜନା ଅଧୀନରେ ସ୍ୱିଡ଼େନର ପ୍ରତି ଗଳିକୁ ରି- ଡ଼ିଜାଇନ କରାଯିବ ।  ଆଉ ପଦଯାତ୍ରୀ ଓ ସାଇକେଲ ଯାତ୍ରୀ ମାନଙ୍କୁ ଅଧିକ ପ୍ରାଥମିକତା ଦିଆଯିବ ।  ସହରକୁ କିପରି ସମ୍ପୂର୍ଣ୍ଣ ରୂପେ କାର ମୁକ୍ତ କରାଯିବ ସେନେଇ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି ।

city project

image credit: national geographic

ସ୍ୱିଡ଼େନର ଗୋଥାନ ବର୍ଗ ନାମକ ଏକ ସହରରେ ଥିବା ଏକ ସପକୁ ନୂଆ ରଙ୍ଗ ଦିଆଯାଇ ସାଧାରଣ ଲୋକଙ୍କ ପାଇଁ ଏକ ମନୋରଞ୍ଜନ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯାଇଛି ।  ଯେଉଁଠି ଲୋକେ ବସିବା ସହ ନିଜ ନିଜ ମନୋରଞ୍ଜନ କରିପାରିବେ ।  ଏହି ପ୍ରୋଜେକ୍ଟରେ ସ୍ଥାନୀୟ ଅଧିବାସୀ ମାନଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କୁ ନିଜ ନିଜ ଗଳିର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।  ଫଳରେ ଲୋକେ ନିଜ ସୁବିଧା ଅନୁଯାୟୀ ପରିବର୍ତ୍ତନ ଆଣିପାରିବେ ।  ଆବଶ୍ୟକ ପଡିଲେ ଏକ ୱାର୍କସପ ପ୍ରତିଷ୍ଠା ହେବ ।  ସ୍ଟକହୋମର ଚାରିଟି ସହରରେ ଏନେଇ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ।  ଆଉ ଖୁବ ଶୀଘ୍ର ଆଉ ତିନିଟି ସହରକୁ ଏହି ଯୋଜନାରେ ସାମିଲ କରାଯିବ ।  ୨୦୩୦ ସୁଦ୍ଧା ସ୍ୱିଡ଼େନର ପ୍ରତି ଗଳିର ରଙ୍ଗ ରୁପ ବଦଳାଯାଇ ନୂଆ କରି ଗଢି ତୋଳାଯିବ ।

ବିଶ୍ୱର ଅନ୍ୟ ଦେଶ ଗୁଡିକ ଏବେ “୧୫ ମିନିଟ ମଡେଲ” ଉପରେ କାର୍ଯ୍ୟ କରୁଥିବା ବେଳେ ଏହା ଜରିଆରେ ନେବରହୁଡ଼ ଅର୍ବାନ ପ୍ଳାନିଙ୍ଗ ସ୍ତରର ଯୋଜନା ମାନ ମଧ୍ୟ ଆପଣାଉ ଛନ୍ତି ।  ବିଶେଷ କରି ମେୟର ଏନେ ହିଡ଼ାଲିଓ ଫ୍ରାନ୍ସ ରାଜଧାନୀ ପ୍ୟାରିସକୁ ବଦଳାଇବାକୁ ପାଇଁ ଏହି ଯୋଜନା ଆପଣେଇଛନ୍ତି ।  ଲୋକଙ୍କ ଘର ଠାରୁ ୧୫ ମିନିଟ ଦୂରତାରେ ସମସ୍ତ ସୁବିଧା ଉପଲବ୍ଧ କରାଯିବ ।  ଯାହା ଦ୍ୱାରା ସହର ବାସୀଙ୍କୁ ସମସ୍ତ ପ୍ରକାର ସୁଖ ସୁବିଧା ଉପଲବ୍ଧ କରିବା ସହିତ ଗ୍ରୀନ ହାଉସ ଇଫେକ୍ଟକୁ କିଛିଟା କମ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.