Below header

“ପ୍ଲିଜ ମୋ’ ସହ ଏମିତି କର ନାହିଁ”, ଥରେ ଏମିତି କହି କାନ୍ଦି ପକାଇଥିଲେ କରଣ ଜୋହର

ବଲିଉଡର ଲୋକପ୍ରିୟ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ବଲିଉଡ ଜଗତକୁ ଅନେକ କିଛି ଦେଇଛନ୍ତି । ତାଙ୍କରି ପ୍ରଚେଷ୍ଟାରେ ବଲିଉଡରେ ଅନେକ ମାଇଲ ଖୁଣ୍ଟ ଫିଲ୍ମ ନିର୍ମିତ ହୋଇଛି । ତାଙ୍କ ନିର୍ଦ୍ଦେଶନାରେ ପ୍ରଥମ ଫିଲ୍ମ ଥିଲା “କୁଛ କୁଛ ହୋତା ହେ” । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଶାହରୁଖ ଖାନ, କାଜଲ ଓ ରାଣୀ ମୁଖାର୍ଜୀ । ଆଉ ଏଥିରେ ଛୋଟ ହେଲେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ସଲ୍ମାନ ଖାଁ । କିନ୍ତୁ ଅନେକେ ଜାଣି ନଥିବେ ଏହାର ସୁଟିଙ୍ଗ ସମୟରେ ସଲମାନଙ୍କ କାରଣରୁ ଥରେ ଜୋର ଜୋରସେ କାନ୍ଦି ପକାଇଥିଲେ କରଣ । କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ନ ହସି ରହି ପାରିବେ ନାହିଁ । ଏହି ଫିଲ୍ମରେ ସଲ୍ଲୁ ମିଆଁ ଏକ କେମିୟୋ ରୋଲ କରିଥିବା ବେଳେ ତାଙ୍କ ଚରିତ୍ରର ନାଁ ଥିଲା ଅମନ ।

ଆଉ ଏଥିରେ ଏକ ବିବାହ ସିନର ସୁଟିଂକୁ ନେଇ ସଲ୍ମାନଙ୍କ ଜିଦରେ କରଣ କାନ୍ଦି ପକାଇଥିଲେ । କରଣ ଭାଇଜାନଙ୍କୁ ଏକ ସୁଟ ପିନ୍ଧିବାକୁ କହୁଥିବା ବେଳେ ସଲମାନ କିନ୍ତୁ ଜିନ୍ସ , ଟି- ସାର୍ଟ ପିନ୍ଧିବାକୁ ଜିଦ କରିଥିଲେ । କିଛି ଟା ପରିବର୍ତ୍ତନ ଆଣିଲେ ଲୋକେ ଏହାକୁ ଅଧିକ ଗ୍ରହଣ କରିବେ ବୋଲି କହିଥିଲେ । ଯେତେ ବୁଝେଇଥିଲେ ବି ଆଦୌ ବୁଝି ନଥିଲେ ସ୍ଲୁ ମିଆଁ । ଶେଷରେ ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିଲେ । ଆଉ କହିଥିଲେ ଇଏ ମୋର ପ୍ରଥମ ଫିଲ୍ମ ପ୍ଲିଜ ଏମିତି କରନାହିଁ । ଏମିତି ଶୁଣି କରଣଙ୍କ ମୁଣ୍ଡ ଘାବରେଇ ଯାଇଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ ସଲ୍ମାନ ତାଙ୍କ ସହ ମଜାକ କରୁଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.