ରାୟଗଡ଼ା: ଡଙ୍ଗା ଭସାଣ ବେଳେ ଅଘଟଣ, ନାଗାବଳୀ ନଦୀର ପ୍ରଖର ସ୍ରୋତରେ ବୁଡି ଛାତ୍ର ମୃତ

ରାୟଗଡ଼ା: ଡଙ୍ଗା ଭସାଣ ବେଳେ ଅଘଟଣ । ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଉପଖଣ୍ଡରେ ଥିବା ଝୋଲାପଲ ନିକଟରେ । ମୃତକ ହେଲେ ରାୟଗଡ଼ା ୟୁଜିଏମଆଇଟି ର ଛାତ୍ର ସୁମନ ବେହେରା । ଆଜି ସକାଳୁ ୨ଜଣ ସାଙ୍ଗମାନଙ୍କ ସହ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

 

You might also like