ଶିକ୍ଷକଙ୍କ ଭୟରେ ଚାରଟି ପାହାଡ଼ ଡେଇଁ ସ୍କୁଲରୁ ଲୁଚି ପଳାଇଲେ ଛାତ୍ର

ବାଲିଗୁଡ଼ା (କେନ୍ୟୁଜ୍): ଶିକ୍ଷକଙ୍କ ଭୟରେ ଚାରଟି ପାହାଡ଼ ଡେଇଁ ସ୍କୁଲରୁ ଲୁଚି ପଳାଇଲେ ଛାତ୍ର । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଗୁମ୍ମା ସେବାଶ୍ରମ ବିଦ୍ୟାଳୟରେ ଏଭଳି ଘଟଣା ଘଟଣା ଘଟିଛି । ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ପେଟ କାଟୁଥିବାରୁ ସେ ଶିକ୍ଷକଙ୍କ ମାଡ ଭୟରେ କହିନଥିଲେ । ଶେଷରେ ବିଦ୍ୟାଳୟରୁ ଲୁଚି ପଳାଇଥିଲେ । ତାଙ୍କ ସହ ଅନ୍ୟ ତିନି ଜଣ ଛାତ୍ର ମଧ୍ୟ ଅଛନ୍ତି । ସମସ୍ତେ ଗୁମା ସେବାଶ୍ରମରେ ଛାତ୍ର ବୋଲି ଜଣାପଡିଛି । ଚାରଟି ପାହାଡ ଡେଇଁ ଏମାନେ ଚାଲିଚାଲି କୋଟଗଡରେ ପହଂଚିଥିଲେ । ସେଠାରେ ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ବସରେ ନିଜ ଗାଁକୁ ପଠାଇଛନ୍ତି । ତେବେ ସେବାଶ୍ରମ ବିଦ୍ୟାଳୟରୁ କିପରି ଛାତ୍ରମାନେ ଖସି ଆସିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.