ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା : ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା । କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ । ଏଥିରେ ଉଭୟ ପକ୍ଷର ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ରୁ ୩ ଜଣ ଛାତ୍ରୀ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଲେଜରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଏହି ହିଂସାକାଣ୍ଡ ଘଟିଛି । ଏନେଇ ଗୋଟିଏ ଛାତ୍ର ଗୋଷ୍ଠୀ ପକ୍ଷରୁ ବଡ଼ଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗଣ୍ଡଗୋଳ ପରେ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛିା ଅଧ୍ୟକ୍ଷ କହିଛନ୍ତି, ଗଣ୍ଡଗୋଳ ଘଟଣାର ତଦନ୍ତ ରିପୋର୍ଟ ମିଳିବା ପରେ କଲେଜ କମିଟି ବୈଠକ ବସି କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ନିଆଯିବ ।