ଆବଶ୍ୟକ ପିଲା ନଥିବା ଦର୍ଶାଇ ସ୍କୁଲ ବନ୍ଦ କରିବାକୁ ବିରୋଧ, ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ବି ରାଜରାସ୍ତାରେ

ଟିଟିଲାଗଡ଼: ଆବଶ୍ୟକ ପିଲା ନ ଥିବା ଦର୍ଶାଇ ସ୍କୁଲ ମାନଙ୍କୁ ବନ୍ଦ କରିବା ଯୋଜନାକୁ ନେଇ ତୀବ୍ର ଅସନ୍ତୋଷ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ବି ଓହ୍ଲାଇଲେ ରାଜରାସ୍ତାକୁ। ଏପରି ଦେଖିବାକୁ ମିଳିଛି ଟିଟିଲାଗଡ଼ରୁ ୧୦ କିଲୋମିଟର ଦୂରରେ ଥିବା କାପଶିଭଟା ଗାଁରେ । ମୁହଁରେ ମାକ୍ସ ପିନ୍ଧି କୁନି କୁନି ପିଲାମାନେ ବସିରହିଛନ୍ତି ରାସ୍ତା ଉପରେ।

ଆଉ ଏହି ପିଲାଙ୍କ ସହ ସେମାନଙ୍କ ଅଭିଭାବକ ତଥା ଗ୍ରାମବାସୀ ମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗାଁରେ ୧୯୬୫ ମସିହାରୁ ସ୍କୁଲ ଅଛି, ହେଲେ ଏବେ ୩୦ ପିଲାରୁ କମ ଥିବା ସ୍କୁଲରେ ତାଲା ପଡିବା ନେଇ ସରକାରଙ୍କ ନିୟମ ଯୋଗୁଁ ସ୍କୁଲ ବନ୍ଦ ହେବାକୁ ଯାଉଛି ବୋଲି ଜଣାପଡ଼ିଛି। ଏଣୁ ପୂର୍ବ ଭଳି ଗାଁରେ ସ୍କୁଲ ନରହିଲେ ଆଗକୁ ଭୟଙ୍କର ଆନ୍ଦୋଳନ ହେବ ବୋଳି ଚେତାବନୀ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.