ନୟାଗଡ଼ ପଠାଣୀ ସାମନ୍ତ ନର୍ସିଂ କଲେଜ ଛାତ୍ରୀଙ୍କ ଅସନ୍ତୋଷ, ମ୍ୟାନେଜମେଣ୍ଟରେ ବିବାଦ ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଜିଲ୍ଲା ଟାଉନ ଥାନା ପଠାଣୀ ସାମନ୍ତ ନର୍ସିଂ କଲେଜ ଛାତ୍ରୀଙ୍କ ଅସନ୍ତୋଷ । ମ୍ୟାନେଜମେଣ୍ଟରେ ବିବାଦ ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ପଠାଣି ସାମନ୍ତ କଲେଜର ପ୍ରତିଷ୍ଠାତା ତଥା ନିର୍ଦେଶକଙ୍କ ମୃତ୍ୟୁ ପରେ ମ୍ୟାନେଜମେଣ୍ଟ ଦାୟିତ୍ୱ କିଏ ନେବେ, ସେନେଇ ଦେଖାଦେଇଛି ବିବାଦ ।

ସେପଟେ କୋଭିଡ କଟକଣା ମଧ୍ୟରେ ଅନଲାଇନରେ ପାଠ ପଢ଼ା ଚାଲିଥିଲେ ମଧ୍ୟ ହଠାତ କ୍ଲାସ ବନ୍ଦ ହୋଇଗଲା । ତେବେ କାହିଁକି କ୍ଲାସ ବନ୍ଦ ହେଲା ପଚାରିବାରୁ ମ୍ୟାନେଜମେଣ୍ଟରୁ କୌଣସି ଉତ୍ତର ଆସିନଥିବା କହିଛନ୍ତି ଛାତ୍ରୀ । ସେହିଭଳି ହଷ୍ଟେଲରୁ ମଦ ବୋତଲ ବାହାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ସହ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.