ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ଖାନନଗରରେ ଚାଲିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ: ସୂଚନା ଦେଲେ ଆରଡିସି

ପୂର୍ବରୁ ସିଡିଏ ଅଫିସରେ ଆୟୋଜିତ ବୈଠକରେ ବସଷ୍ଟାଣ୍ଡ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆନୁଷଙ୍ଗିକ ରାସ୍ତା ଓ ଜାତୀୟ ରାଜପଥ ସଂଯୋଗ ରାସ୍ତା କାମକୁ ନେଇ ସାମାନ୍ୟ ସମସ୍ୟା ରହିଥିଲା।

କଟକ(କେନ୍ୟୁଜ୍): କଟକ ଖାନନଗରରେ ଚାଲିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ। ଆଜି ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଓ ଏନଏଚଆଇର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ପୂର୍ବରୁ ସିଡିଏ ଅଫିସରେ ଆୟୋଜିତ ବୈଠକରେ ବସଷ୍ଟାଣ୍ଡ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆନୁଷଙ୍ଗିକ ରାସ୍ତା ଓ ଜାତୀୟ ରାଜପଥ ସଂଯୋଗ ରାସ୍ତା କାମକୁ ନେଇ ସାମାନ୍ୟ ସମସ୍ୟା ରହିଥିଲା। ଆଜିର ବୈଠକରେ ଏ ନେଇ ଆଲୋଚନା ହେବା ସହିତ ବସଷ୍ଟାଣ୍ଡ ବାହାରିବା ରାସ୍ତା ସମେତ ଲିଙ୍କରୋଡ଼ ସଂଯୋଗ ରାସ୍ତା ମାର୍ଚ୍ଚ ମାସ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିବା ଆରଡିସି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.