ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟନ୍‌ ସ୍ୱାମୀଙ୍କ ପ୍ରଂଶସା

ଭୁବନେଶ୍ବର(କେନ୍ୟୁଜ୍) : ଅଭିଜିତ ଆୟାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହୃଦୟତାକୁ ପ୍ରଂଶସା କରିଛନ୍ତି ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟନ୍‌ ସ୍ୱାମୀ। ଓଡ଼ିଶା ବିଧାନସଭାର ବିଜ୍ଞ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ସୁପ୍ରିମକୋର୍ଟ ଅଭିଜିତଙ୍କ ଓକିଲଙ୍କୁ ଭତ୍ସନା କରିଥିଲେ। ତାଙ୍କ ପାଇଁ ଜେଲ୍‌ ସୁରକ୍ଷିତ ସ୍ଥାନବୋଲି କହିଥିଲେ ସିଜେଆଇ। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଭିଜିତଙ୍କ କେସ୍‌ ପ୍ରତ୍ୟାହାର କରିଛନ୍ତି । ଐତିହ୍ଯ ବିରୋଧରେ ଏପରି କଟୁ ମନ୍ତବ୍ୟ ଦେବା ଠିକ୍‌ ନୁହେଁ ବୋଲି ଅଭିଜିତ ଶିଖିବା ଦରକାର ବୋଲି ସୁବ୍ରମଣ୍ୟନ୍‌ ସ୍ୱାମୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.