Below header

ମାନବିକତା ଦେଖାଇଲେ ସରକାରୀ ବାବୁ, ଅସହାୟ ବ୍ୟକ୍ତିଙ୍କ ମୃତଦେହ ବୋହି ନେବା ସହ କଲେ ସଂସ୍କାର

ଖପ୍ରାଖୋଲ(କେନ୍ୟୁଜ୍) :  ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ କଥା ଭାବିବାକୁ କାହାପାଖରେ ସମୟ ନଥିବା ବେଳେ ଏମିତି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ଯିଏ ନିଜ ଡ୍ୟୁଟି ସମୟରେ କରିଛନ୍ତି ଆମ ଏକ ଡ୍ୟୁଟି । ଯେଉଁ ଡ୍ୟୁଟି ତାଙ୍କୁ ପରିଚୟ ଦେଇଛି ମାନବିକତାର । ନିଜର ମହାନତା ଦେଖାଇ ସେ ଜଣେ ଅସହାୟଙ୍କ ଶବକୁ କରିଛନ୍ତି ସତ୍କାର । ଯାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

zxcକଥାଟା ହେଉଛି ନିଜ କାନ୍ଧରେ ଜଣେ ଅସହାୟ ବ୍ୟକ୍ତିଙ୍କ  ମୃତଦେହ ବୋହିଛନ୍ତି ଖପ୍ରାଖୋଲ ବିଡିଓ ତରଣି ସୁନା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଞ୍ଜିପାଲି ଗାଁର ଜଣେ ଅସହାୟ ବ୍ୟକ୍ତିଙ୍କ ମୃତଦେହ ବୋହି ନେବା ସହ ଶ୍ମଶାନରେ ସଂସ୍କାର କରିଛନ୍ତି ବିଡିଓ ଜଣଙ୍କ। ବହୁଦିନ ହେଲା ମହାରାଷ୍ଟ୍ରରୁ ଜଣେ ବ୍ୟକ୍ତି ଆସି ବାଞ୍ଚିପାଲି ଗାଁରେ ରହୁଥିଲେ। ନାଥ ବାବା ନାଁରେ ପରିଚିତ ଏହି ବ୍ୟକ୍ତି ଭିକ୍ଷାବୃତି କରି ଚଳୁଥିଲେ। ଗତ କିଛି ଦିନ ଧରି ରୋଗରେ ଆକ୍ରାନ୍ତ ହୋଇ ସେ ମୃତ୍ୟୁବରଣ କରିଥିଲେ। ମୃତଦେହ ପଡିରହିଥିବାବେଳେ କେହି ସଂସ୍କାର ପାଇଁ ନେଇନଥିଲେ। ଏହି ସମୟରେ ବଦାନ୍ୟତା ଦେଖାଇଥିଲେ ବିଡିଓ ତରଣି ସୁନା। ବିଡିଓଙ୍କ ଏହି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.