Below header

ଆଜି ଉଦ୍‌ଯାପିତ ହେବ କୋଣାର୍କ ମହୋତ୍ସବ

କୋଣାର୍କ(କେନ୍ୟୁଜ୍) : କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ମହୋତ୍ସବ ଆଜି ଉଦ୍‌ଯାପିତ ହେବ। ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଭାଗରେ ଦର୍ଶକଙ୍କ ମନମୋହିଥିଲା ଶାସ୍ତ୍ରୀୟ ସତ୍ରିୟା। ଏହାପରେ ଭୁବନେଶ୍ୱର ଆର୍ଟ ଭିଜନର ଶିଳ୍ପୀମାନେ ମଞ୍ଚରେ ପରିବେଷଣ କରିଥିଲେ ସଚେତନତାଧର୍ମୀ ନୃତ୍ୟ ସଂରଚନା ରିଫ୍ୟୁଜି।

konarkkଇଲିଆନା ଚିତାରିସ୍ତଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଲକ୍ଷ୍ମୀ ପାଲିତ୍‌ଙ୍କ ସଙ୍ଗୀତ ସଂଯୋଜନାରେ ନୃତ୍ୟଶିଳ୍ପୀମାନେ ଅତି ନିଖୁଣ ଭାବେ ଏହାକୁ ପରିବେଷଣ କରିଥିଲେ। ଚିତାରିସ୍ତଙ୍କ ଅନ୍ତିମ ପରିବେଷଣ ଥିଲା ଗଙ୍ଗା-ଯମୁନା। ଚତୁର୍ଥ ସନ୍ଧ୍ୟାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଝାବେରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ଉଦ୍‌ଘାଟନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.