ଭଦ୍ରକ(କେନ୍ୟୁଜ୍): ‘ଅଗ୍ନି ପ୍ରାଇମ୍’ ମିସାଇଲର ସଫଳ ପରୀକ୍ଷଣ । ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ପରୀକ୍ଷଣ କରାଯାଇଛି । ଏହି ମିସାଇଲ ୩ ହଜାରରୁ ୩ ହଜାର ୫ ଶହ କିମି ମଧ୍ୟରେ ଲକ୍ଷ୍ୟଭେଦ କରି ପାରିବ ।
ମିସାଇଲର ଲମ୍ବ ୧୬.୭ ମିଟର ଓ ପ୍ରସ୍ଥ ୨ ମିଟର । ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ର ୧୫ଶହରୁ ୩ ହଜାର କେଜି ଓଜନର ଯୁଦ୍ଧାସ୍ତ୍ର ପରିବହନ କରିପାରିବ । ୨୦୧୯ ମଧ୍ୟରେ ଏହି ମିସାଇଲର ୯ଥର ସଫଳ ପରୀକ୍ଷଣ କରାଯାଇଛି ।