ଚୀନ୍‌ ଓ ପାକିସ୍ତାନକୁ ସତର୍କ ଘଣ୍ଟି : ବାଲେଶ୍ୱରରୁ ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି- ପ୍ରାଇମର ସଫଳ ପରୀକ୍ଷଣ

ବାଲେଶ୍ୱର(କେନ୍ଯୁଜ୍): ଚୀନ୍‌ ଓ ପାକିସ୍ତାନକୁ ସତର୍କ ଘଣ୍ଟି । ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତର ବଡ଼ ସଫଳତା । ବାଲେଶ୍ୱରରୁ ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି- ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ହଜାରେରୁ ଦୁଇ ହଜାର କିଲୋମିଟର ରହିଛି।

ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ଅଗ୍ନି-Pକୁ ବିକଶିତ କରୁଛି ଡିଆରଡିଓ । ଅଗ୍ନି ସିରିଜ ମିସାଇଲର ଏହା ଆଡଭାନ୍ସଡ ସିରିଜ । ଏଥିରେ ଅନେକ ନୂଆ ଫିଚର ରହିଛି । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.