ଲୁଚିଛପି ବାହା ହୋଇଗଲେ କି ପଓ୍ଵନଦୀପ ଓ ଅରୁଣିତା! ଲିକ୍‌ ହେଲା ଫଟୋ

ବିବାହ କରି ନେଲେ କି ପଓ୍ଵନଦୀପ ଓ ଅରୁଣିତା! ଇଣ୍ଡିଆନ୍‌ ଆଇଡଲ ୧୨ର ସବୁଠୁ ଚର୍ଚ୍ଚିତ ଯୋଡ଼ି ପଓ୍ଵନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ବାହାଘର ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ଦେଖି ଫ୍ୟାନ୍‌ମାନେ ସନ୍ଦେହ କରୁଛନ୍ତି ଯେ ବୋଧ ହୁଏ ଲୁଚାଛପାରେ ଏହି ଦୁଇ ଜଣ ବାହା ହୋଇଯାଇଛନ୍ତି। ତେବେ ଇତି ମଧ୍ୟରେ ଏହି ଫଟୋର ସତ୍ୟତା ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ ଏହି ଫଟୋକୁ ଏଡିଟ୍‌ କରାଯାଇଛି। ଏହି ଫଟୋକୁ ଏମିତି ଏଡିଟ୍‌ କରାଯାଇଛି ଯେ ଦେଖିଲେ କେହି ଅବିଶ୍ୱାସ କରିବେନି ଯେ ଏହା ପଓ୍ଵନଦୀପ ଓ ଅରୁଣିତାଙ୍କ ବାହାଘର ବେଳର ନୁହେଁ ବୋଲି।

ପଓ୍ଵନଦୀପ ଓ ଅରୁଣିତାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଖବର ନିକଟରେ ସାମ୍ନାକୁ ଆସିଥିଲା। କୁହାଯାଉଥିଲା ଯେ ଅରୁଣିତାଙ୍କ ଘର ଲୋକଙ୍କୁ ପଓ୍ଵନଦୀପ ଆଦୌ ପସନ୍ଦ ନୁହେଁ। ଏଣୁ ସେ ଅରୁଣିତାଙ୍କୁ ପଓ୍ଵନଦୀପଙ୍କ ସହ ଗୀତ ଗାଇବାକୁ ମନା କରି ଦେଇଛନ୍ତି। ଏମିତି କି ସେମାନେ ଆଉ କୌଣସି ଆଲବମ୍‌ରେ ଗାଇବେ ନାହିଁ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା। ଏହି ଖବର ଚର୍ଚ୍ଚା ହେବା ପରେ ଅରୁଦୀପଙ୍କ ଫ୍ୟାନ୍‌ମାନେ ବେଶ୍‌ ଦୁଃଖିତ ହୋଇଥିଲେ। ଏଣୁ ସେମାନେ ଏହି ଦୁଇ ଜଣଙ୍କ ଫଟୋକୁ ଏମିତି ଏଡିଟ୍‌ କରିଛନ୍ତି।

pawandeep

ଫ୍ୟାନ୍‌ମାନେ ଉଭୟଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି। ତେଣୁ ସେମାନେ ପଓ୍ଵନଦୀପ ଓ ଅରୁଣିତାଙ୍କ ଫଟୋକୁ ବର ଓ କନ୍ୟା ଭଳି ଏଡିଟ୍‌ କରିଛନ୍ତି। କିନ୍ତୁ ପ୍ରକୃତରେ ସେମାନେ ବିବାହ କରି ନାହାନ୍ତି। ଏବେ ବି ପଓ୍ଵନଦୀପ ଓ ଅରୁଣିତା କୁଆଁରୀ ଅଛନ୍ତି। ତେବେ ଏହି ଫଟୋ ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହେଉଥିଲେ ମଧ୍ୟ ଏବେ ଯାଏଁ ଏ ନେଇ ପଓ୍ଵନଦୀପ କିମ୍ବା ଅରୁଣିତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.