ଉତ୍କଳ ସଂଗୀତ ଗାନକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶନ

ପୁରୀ(କେନ୍ଯୁଜ୍): କରୋନା ଯୋଦ୍ଧାଙ୍କ ପାଇଁ ଆଜି ଉତ୍କଳ ସଂଗୀତ ଗାନକୁ ପ୍ରସଂଗ କରି ପୁରୀ ବେଳାଭୂମିରେ ହୋଇଛି ବାଲୁକା କଳା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଆୟୋଜିତ ଏହି ବାଲୁକା କଳା ମାଧ୍ଯମରେ ରାଜ୍ଯବାସୀ ସମସ୍ତେ ଏକାଠି ଏହି ଗୀତକୁ ଗାନ କରିବା ପାଇଁ ଅନୁରୋଧ କରାଯାଇଛି। ସୂଚନା ଅନୁଯାୟୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ଯା ୫.୩୦ ମିନିଟରେ ଏହି ସଂଗୀତ ଗାନ କରିବାକୁ କୁହାଯାଇଥିଲା। ମୁଖ୍ଯମନ୍ତ୍ରୀଙ୍କ ଅନୁରୋଧକୁ ସମସ୍ତେ ରକ୍ଷା କରି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଏହି ବାଲୁକା କଳାର ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.