ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବାଲୁକାକଳା ମାଧ୍ୟମରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ରେ ବାଲୁକା କଳାରେ ତାଙ୍କର ଏକ ସୁନ୍ଦର ପ୍ରତିକୃତି ଆଙ୍କିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ତାଙ୍କୁ ସମ୍ମାନୀତ କରାଯିବ।

ପୁରୀ (କେନ୍ୟୁଜ): ବାଲୁକାକଳା ମାଧ୍ୟମରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ।  ପୁରୀ ନୀଳାଦ୍ରି ବିଚ୍ ରେ ବାଲୁକା କଳାରେ ତାଙ୍କର ଏକ ସୁନ୍ଦର ପ୍ରତିକୃତି ଆଙ୍କିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।  ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ତାଙ୍କୁ ସମ୍ମାନୀତ କରାଯିବ ।  ଏନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।  ଏହି ଅବସରରେ ପୁରୀ ନୀଳାଦ୍ରି ବିଚରେ ବାଲୁକାକଳା ମାଧ୍ୟମରେ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଗତକାଲି ରାଷ୍ଟ୍ରପତି ଭବନରେ ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏଥି ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ରହିଛନ୍ତି ।  ହେଲେ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ରାଷ୍ଟ୍ରପତି ଭବନରେ ଉପସ୍ଥିତ ହୋଇପାରିନଥିଲେ ।  ତେଣୁ ଆଜି ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.