ହ୍ଵାଟ୍ସଆପରେ ପ୍ରେମ ତାପରେ ରାସ୍ତାରେ ଗଡାଗଡ଼ି, ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ । କୁହାଯାଉଛି ସେ ନିଜେ ନିଜେ ନିଜ ହାତ କାଟି ପକାଇଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କାହିଁକି ଯୁବତୀ ଜଣକ ଏଭଳି କଲେ ସେ କଥା ଜାଣିଲେ ଆପଣବି ଆଚମ୍ବିତ ହେବେ । ଆସନ୍ତୁ ଯିବା ପୂରା ଘଟଣାକୁ ।

ଇଏ ହେଉଛି ବର୍ତ୍ତମାନ ଯୁଗର ପ୍ରେମ । whatsappରେ ପ୍ରେମ ହେଲା ଆଉ ନିବିଡ଼ତା ବଢ଼ିଲା ତିନି ବର୍ଷ ଧରି । ହେଲେ ଯୁବତୀ ଜଣକ ଯେତେବେଳେ ବାହାଘର କଥା ଉଠାଇଲେ ଫେରାର ମାରିଲେ ପ୍ରେମିକ । ହ୍ଵାଟସଆପ୍‌ରୁ ଫଟୋ ଡିଲିଟ୍‌ କଲା ଭଳି ପ୍ରେମିକ ମଧ୍ୟ ଦୂରେଇ ଗଲା ପ୍ରେମିକା ଠାରୁ । ଆଉ ଯେତେବେଳେ ପୁଣି ଦୁହେଁ ସାମନା ସାମନି ହେଲେ ପ୍ରେମିକା ନିଜ ପ୍ରେମର ଦ୍ୱାହି ଦେଇ ପୁଣି ବିବାହ କଥା ଉଠାଇଲା । ହେଲେ ପ୍ରେମିକ ମାନିଲା ନାହିଁ । ଆଉ ତା ପରେ ଯାହା ହେଲା ଘଟଣା ଆପଣମାନଙ୍କ ସାମନାରେ । ଏହି ଘଟଣା ଘଟିଛି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ । ପ୍ରେମିକ ପ୍ରେମରେ ଉବୁଟୁବୁ ପ୍ରେମିକା ପ୍ରେମିକକୁ ପାଇବା ପାଇଁ ନିଜ ହାତ କାଟି ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା ।

ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଘର ଜଗତସିଂହପୁର ଜିଲ୍ଲାର ,କୁଜଙ୍ଗରେ। ସୂଚନା ଅନୁସାରେ ତିନି ବର୍ଷ ତଳେ ଅନିଲ ଦାସ ନାମକ ଜଣେ ଯୁବକଙ୍କ ସହିତ whatsapp ରେ ପ୍ରେମ ଆରମ୍ଭ ହୋଇଥିଲା। କିନ୍ତୁ ଝିଅଟି ବାହାଘର କଥା ଉଠାଇବା ପରେ ଅନୀଲ ଆଉ ଧରାଛୁଆଁ ଦେଇନଥିଲେ । ତେବେ ନିକଟରେ ଲକ୍ଷ୍ମୀସାଗର ଅଞ୍ଚଳରେ ଉଭୟଙ୍କର ଭେଟ ହୋଇଗଲା । ଯୁବତୀ ଜଣକ ବହୁତ କାକୁତି ମିନତି ହୋଇଥିଲେ ପ୍ରେମିକକୁ ଆପଣାର କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରେମିକ ଶୁଣିନଥିଲେ। ଯାହାଫଳରେ ନିଜ ହାତ କାଟି ପକାଇଲେ ହତାଶ ଯୁବତୀ ଜଣକ ।

ଏଭଳି ଘଟଣା ଦେଖି ପ୍ରେମିକ ସେଠାରୁ ଫେରାର ମାରୁଥିଲା । କିନ୍ତୁ ପ୍ରେମିକା ଯିବାକୁ ଦେଇ ନ ଥିଲା । ଫଳରେ ଉଭୟ ରାସ୍ତା ଉପରେ କିଛି ସମୟ ଟଣାଓଟରା ହୋଇଥିଲେ । ଏଭଳି ନାଟକ ଚାଲିଥିବା ବେଳେ ଲକ୍ଷ୍ମୀସାଗର ଥାନା pcr ପହଞ୍ଚିଥିଲା । ପୋଲିସ୍‌ ସେମାନଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲା । ଚିକିତ୍ସା ପରେ ଯୁବତୀଙ୍କୁ ଥାନାକୁ ଅଣା ଯାଇଥିଲା। ସେଠାରୁ ପରିବାର ଲୋକେ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ। ଆମେ ସେମାନଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ ତେବେ କେହି କିଛି କହିବାକୁ ମନା କରି ଦେଇଥିଲେ । ଏମିତିକି ଯୁବତୀଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇ ନଥିବା ପୋଲିସ୍ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.