Below header

କୋରାପୁଟରେ ଯୁବ ବ୍ୟବସାୟୀକୁ ହତ୍ୟା, କିଏ ଓ କାହିଁକି ହତ୍ୟା କରିଛି କାରଣ ଅସ୍ପଷ୍ଟ

କୋରାପୁଟ (କେନ୍ୟୁଜ) : ଯୁବ ବ୍ୟବସାୟୀକୁ ହତ୍ୟାଙ୍କୁ ହତ୍ୟା ସନ୍ଦେହ। ଗ୍ରାମର ଗଣେଶ ମନ୍ଦିର ନିକଟରୁ ଶବ ଉଦ୍ଧାର କରାଯାଇଛି। ମୃତକର ବେକରେ କଳା ଦାଗ ରହିଥିବାରୁ ରସି କିମ୍ବା ତାର ଲଗାଇ ଗଳା ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। ଶବକୁ ଜବତ କରି ପଟାଙ୍ଗି ହସପିଟାଲରେ ରଖାଯାଇଛି। ଶବ ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ ନିରଂଜନ ବେହେରା କହିଛନ୍ତି। କୋରାପୁଟରୁ ସାଇଣ୍ଟିଫିକ ଟିମ ସହ ସୁନାବେଡା ଏସଡିପିଓ ନିରଂଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

କିଏ ଓ କାହିଁକି ହତ୍ୟା କରିଛି ସେଥିନେଇ ତଦନ୍ତ ଜାରି ରଖିଛି। ମୃତ ଗଙ୍ଗା ପ୍ରସାଦ ଚୌଧୁରୀ ଗତ ରାତିଠାରୁ ଘରୁ ପଳାଇଯାଇଥିଲା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ପରିବାର ପକ୍ଷରୁ ଫୋନରେ ଯୋଗା ଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଫୋନ ବନ୍ଦ ହୋଇଯିବାରୁ ଯୋଗା ଯୋଗ ହୋଇପାରିନଥିଲା। ସକାଳୁ ପଟାଙ୍ଗି ଗଣେଶ ମନ୍ଦିର ନିକଟ ଗଙ୍ଗାର ମୃତ ଦେହ ପଡିଥିବା ଠାବ କରାଯାଇଥିଲା। ରାସ୍ତା ଉପରେ ନିସ୍ତେଜ ଅବସ୍ଥାରେ ପଡିଥିଲା। ପଟାଙ୍ଗି ମେଡିକାଲରେ ଭର୍ତି କରାଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବ ବ୍ୟବସାୟୀକୁ ହତ୍ୟା ଘଟଣା ପଟାଙ୍ଗିରେ ଚାଂଚଲ୍ୟ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.