Below header

ପାରିବାରିକ କଳିରେ ବଳି ପଡ଼ିଲା ଆଉ ଏକ ଜୀବନ, ଯୁବକଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା : ଘରୋଇ କଳି ନେଲା ଆଉ ଏକ ଜୀବନ । କେନ୍ଦ୍ରାପଡା ଜିଲ୍ଲା କଜଳା ଠାରେ ରାସ୍ତା କଡ଼ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଏହି ଯୁବକଙ୍କ ନାଁ ହେଉଛି ବିଜୟ । ସେ ଜଣେ ଅଟୋ ଚାଳକ । ଅଟୋ ଚଳାଇ ପରିବାର ପୋଷୁଥିଲେ । ତେବେ ଗତକାଲି ପାରିବାରିକ କଳହ ଯୋଗୁ ନିଜର ମାନସିକ ଭାରସ୍ୟମ ହରାଇ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ରାପଡା ସଦର ଥାନା ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.