୨୦୨୧ରେ ପୃଥିବୀକୁ ମାଡି ଆସୁଛି ଏକ ବଡ ବିପଦ, ୪୬୫ ବର୍ଷ ପୂର୍ବେ ହୋଇଥିଲା ଭବିଷ୍ୟବାଣୀ

ପ୍ରାୟ ୪୬୫ ବର୍ଷ ପୂର୍ବରୁ ଆଗତ ଭବିଷ୍ୟତକୁ ନେଇ ମାଇକେଲ ନୋଷ୍ଟରଡ଼ମସ କରିଥିବା କେତେକ ଭବିଷ୍ୟବାଣୀ ଆଜି ବି ବିସ୍ମିତ କରିଥାଏ । ତାଙ୍କ ଦ୍ୱାରା ରଚିତ “ଲେସ ପ୍ରଫୋଟିଜ” ନାମକ ଏକ ପୁସ୍ତକରେ ମାଇକେଲ ପାଖାପାଖି ୬୩୩୮ ଟି ଭବିଷ୍ୟବାଣୀ ବାବଦରେ ଉଲ୍ଲେଖ କରିଥିଲେ । ଯାହା ମଧ୍ୟରୁ ଏଯାବତ ପ୍ରାୟ ୭୦ ପ୍ରତିଶତ ବାଣୀ ସତ ପ୍ରମାଣିତ ହୋଇଛି । ଏହି ପୁସ୍ତକର ପ୍ରଥମ ସଂସକାଣ ୧୫୫୫ ରେ ପ୍ରକାଶିତ ହୋଇଥିଲା । ଚଳିତ ବର୍ଷ ପୁରା ବିଶ୍ବକୁ ଦୋହଲାଇ ଦେଇଥିବା କରୋନା ଭାଇରସ ବାବଦରେ ସେହି ପୁସ୍ତକରେ ଉଲ୍ଲେଖ ହୋଇଛି । ତେବେ ଆସନ୍ତୁ ୨୦୨୧  ମସିହାକୁ ନେଇ ନୋଷ୍ଟରଡ଼ମସ କରିଥିବା କିଛି ଭବିଷ୍ୟବାଣୀ ବାବଦରେ ଜାଣିରଖିବା ।

1. ନୋଷ୍ଟରଡ଼ମଙ୍କ ପୁସ୍ତକ ଅନୁଯାୟୀ, ଜଣେ ରସାୟନ ବୈଜ୍ଞାନିକ ସୃଷ୍ଟି କରିଥିବା ଭାଇରସ ପୁରା ବିଶ୍ୱକୁ ଦୋହଲାଇ ଦେବ ।

2. ପୃଥିବୀ ଧ୍ବଂସ ଆଡକୁ ମୁହାଁହେବାର କିଛି ଦିନ ପୂର୍ବରୁ ପୃଥିବୀ ପୃଷ୍ଠରେ ଭୂମିକମ୍ପ, ଦୁରାରୋଗ, ମହାମାରୀ ପରି ସଂକେତ ମାନ ନଜର ଆସିବ । ଆଉ ଏପରି ସଂକେତ ମାନ ଏବେ ପ୍ରାୟତଃ ଘଟିବା ଆରମ୍ଭ ହୋଇଗଲାଣି । କରୋନାକୁ ଏହାର ପ୍ରାଥମିକ ସ୍ତର କହିଲେ କିଛି ଭୁଲ ହେବନାହିଁ ।

asteroid

3. ୨୦୨୧ ରେ ପୃଥିବୀ କ୍ଷତିଗ୍ରସ୍ତ ହେବା ପଛରେ ସୂର୍ଯ୍ୟ ହିଁ ଅନ୍ୟତମ ପ୍ରମୁଖ କାରଣ ପାଲଟିବେ । ସମୁଦ୍ର ଗଭୀର ହେବା ସହ ପୃଥିବୀ ତା ମଧ୍ୟରେ ବୁଡି ଯିବାର ମଧ୍ୟ ସମ୍ଭାବନା ରହିଛି । ଏମିତିକି ଜଳବାୟୁ ପରିବର୍ତ୍ତନ କାରଣରୁ ଭୟାବହ ଯୁଦ୍ଧ ସ୍ଥିତି ମଧ୍ୟ ଦେଖାଦେଇପାରେ ।

4. ଆଗାମୀ ବର୍ଷ ପୃଥିବୀ ସହ ଧୂମକେତୁ ଖୁବ ଜୋରରେ ଧକ୍କା ଖାଇପାରେ । ଯାହାଫଳରେ ଭୂମିକମ୍ପ ପରି ପ୍ରାକୃତିକ ଵିପତ୍ତି ମାନ ଦେଖାଦେଇପାରେ ।

5. ଆମେରିକାର ମହାକାଶ ସଂସ୍ଥା “ନାସା”ର ପୂର୍ବାନୁମାନ ଅନୁଯାୟୀ ୨୦୨୧ ମେ ୬ ତାରିଖରେ 2009 KF 1 ନାମକ ଏକ ବୃହତ ଆକାରର ଧୂମକେତୁ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି । ଏକ ଅନୁମାନରୁ ଜଣାଯାଇଛିଯେ ୧୯୪୫ ରେ ହିରୋସୀମା ଉପରେ ପଡିଥିବା ପରମାଣୁ ବୋମା ଠାରୁ ଏହି ଧୂମକେତୁ ପ୍ରାୟ ୧୫ ଗୁଣା ଅଧିକ ଶକ୍ତିଶାଳୀ ହେବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.