ପେଟ ଖରାପ ହୋଇଗଲେ କିଛି ନ ଭାବି ଫଟାଫଟ ଆପଣାନ୍ତୁ ଏହି ୭ଟି ଘରୋଇ ଉପାୟ

ପେଟ ଖରାପ ହୋଇଗଲେ ହଠାତ ବୁଝା ପଡ଼େନି କି, ସେହି ସମୟରେ କିପରି ଏହି ସମସ୍ୟାରୁ ମୁକ୍ତି ପାଇହେବ। ସାଧାରଣତଃ ଯେଉଁ ଲୋକ ଘର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ସେମାନଙ୍କ ପେଟ ସବୁବେଳେ ଠିକ ରହିଥାଏ। କିନ୍ତୁ ଯଦି କେବେ ଆମ ପେଟ ଖରାପ ହୋଇଯାଏ ଏବଂ ଆମେ ମେଡିସିନ ଖାଇବାଠୁ ଦୂରେଇ ରହିବାକୁ ଚାହୁଁ, ତେବେ କିଛି ଘରୋଇ ଉପଚାର ରହିଛି, ଯାହାକୁ ଆପଣାଇ ଏହି ସମସ୍ୟାକୁ ଝଟାପଟ ଦୂର କରିହେବ। ଆସନ୍ତୁ ଜାଣିବା।

curd

୧. ପେଟ ଖରାପ ହେଲେ ଆପଣ ଅଦା ଖାଇପାରିବେ। ଏହାକୁ ଯେ କୌଣସି ଉପାୟରେ ଖାଇପାରିବେ। ଏଥିରୁ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିବ୍ୟାକ୍ଟେରିୟଲ ତତ୍ତ୍ୱ ମିଳିଥାଏ, ଯାହା ପେଟ ଯନ୍ତ୍ରଣାକୁ କମ କରିଦେଇଥାଏ।

୨. ପେଟ ଖରାପ ଥିଲେ ସବୁଠାରୁ ଭଲ ମେଡିସିନ ହେଉଛି ଜିରା। ଅଧା ଚାମଚ ଜିରାକୁ ଚୋବାଇ ଖାଆନ୍ତୁ ଏବଂ ଉଷୁମ ପାଣି ପିଅନ୍ତୁ।

୩. ଯଦି ପେଟ ଯନ୍ତ୍ରଣା ହେଉଛି ତା’ହେଲେ ଦହି ଖାଆନ୍ତୁ। ଏଥିରେ ଥିବା ବ୍ୟାକ୍ଟେରିଆ ସନ୍ତୁଳନ ବନାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯଦ୍ଦ୍ୱାରା ପେଟ ଜଲଦି ଠିକ ହୋଇଯାଇଥାଏ। ଏହା ପେଟକୁ ଥଣ୍ଡା ମଧ୍ୟ ରଖିଥାଏ।

Coriander

୪. ଏକ ଗ୍ଲାସ ଗରମ ପାଣିରେ ଏକ ଚୁଟକି ହେଙ୍ଗୁ ଖାଆନ୍ତୁ। ହେଙ୍ଗୁ ପେଟ ଯନ୍ତ୍ରଣା ଏବଂ ଫୁଡ ପଏଜନିଙ୍ଗ ପାଇଁ ଖୁବ ଫଳପ୍ରଦ ହୋଇଥାଏ।

୫. ପେଟ ଖରାପକୁ ଠିକ କରିବାରେ ଧନିଆ ବି ବେଶ ଲାଭଦାୟକ ହୋଇଥାଏ। ପେଟ ଖରାପ ହେଲେ ଅଧ ଗ୍ଲାସ ଘୋଳ ଦହିରେ ଅଳ୍ପ ଭଜା ଧନିଆ ମିଶାଇ ଦିନକୁ ଦୁଇଥର ପିଇବାରେ ଲାଭ ମିଳିଥାଏ।

୬. ପାନମଧୁରୀ ପାଚନ କ୍ରିୟାକୁ ସରଳ କରିଥାଏ। ଏହା ଛାତି ଜ୍ବଳନକୁ ବି କମ କରିଥାଏ। ଖାଦ୍ୟ ଖାଇବା ପରେ ଯଦି ଏକ ଚାମଚ ପାନମଧୁରୀ ଖିଆଯାଏ, ତା’ହେଲେ ଖାଦ୍ୟ ଶୀଘ୍ର ହଜମ ହୋଇଯାଇଥାଏ।

water2

୭. ପେଟ ଖରାପ ହେଲେ ଶରୀରରେ ପାଣି କମ ହୋଇଯାଇଥାଏ। ତେଣୁ ଚେଷ୍ଟା କରନ୍ତୁ କି, ଯେତେ ଅଧିକ ପାଣି ପିଇବେ। ଆପଣ ଫଳ ଏବଂ ପରିବା ରସ ମଧ୍ୟ ପିଇପାରିବେ। ଲୁଣ, ଚିନି ପାଣି କିମ୍ଵା ନଡ଼ିଆ ପାଣି ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.