Below header

କଟକଣା ଅଛି ନା ସଚେତନତା: ଆସ୍ଥା, ବିଶ୍ୱାସ ଓ ପରମ୍ପରା ନାଁରେ ପ୍ରଶାସନ ସାମ୍ନାରେ ଚାଲିଲା ପ୍ରଥା

ବଲାଙ୍ଗିରରେ ପାଳନ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା । ରୀତିନୀତିରେ ରାତିରେ ନିଶିପୂଜା ସରିବା ପରେ ଖଇର ଗୁଡା ଓ କୁମୁରିଆରୁ ପୃଥକ ପୃଥକ ଭାବରେ ଶୋଭାଯାତ୍ରାରେ ବାହାରି ବଡଖଳା ଓ ସାନଖଳାରେ ପହଞ୍ଚିଥିଲେ ଆଦିବାସୀ ଆଉ ଆରମ୍ଭ ହୋଇଥିଲା ପ୍ରଥା ।

ବଲାଙ୍ଗିର (କେନ୍ୟୁଜ୍‌) :  ଆଜି ପୁଣି ଥରେ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ଶୁଳିଆ ପୀଠ। ବଲାଙ୍ଗିରରେ ପାଳନ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା । ରୀତିନୀତିରେ ରାତିରେ ନିଶିପୂଜା ସରିବା ପରେ ଖଇର ଗୁଡା ଓ କୁମୁରିଆ ରୁ ପୃଥକ ପୃଥକ ଭାବରେ ଶୋଭାଯାତ୍ରାରେ ବାହାରି ବଡଖଳା ଓ ସାନଖଳାରେ ପହଞ୍ଚିଥିଲେ ଆଦିବାସୀ । ଆଉ ସେଠାରେ ଆରମ୍ଭ ହୋଇଥିଲା ବଳି ପ୍ରଥା ।

ଆଜି ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି । ଆସ୍ଥା, ବିଶ୍ୱାସ ଓ ପରମ୍ପରା ନାଁରେ ଜାରି ରହିଲା ବଳି ପ୍ରଥା । ଆଉ ଆଦିବାସୀଙ୍କ ପରମ୍ପରାରେ ହସ୍ତକ୍ଷେପ କରିନାହିଁ ବଲାଙ୍ଗିର ପୋଲିସ୍। କିଛି ବର୍ଷ ଧରି ବଳି ପ୍ରଥାକୁ ନେଇ ବାଦ ବିବାଦ ଥିଲେ ବି ଏବେ ଆଉ ବଳୀ ବନ୍ଦ କରିବାକୁ କଟକଣା ନାହିଁ । ଫଳରେ ପୁଣି ଥରେ ପରମ୍ପରା ନାଁ ରେ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ଖଇରଗୁଡା ଓ କୁମୁରିଆର ଶୁଳିଆ ପୀଠ ।

ଶୁଳିଆ ପୀଠକୁ ମାନସିକଧାରୀ ଆଣିଥିବା କୁକୁଡା,ପାରା , ପାଟବୋଦା, ପୋଢ ଆଦି ବଳି ଦିଆଯାଇଥିବା ଦେଖିବାକୁ ମିଳିଛି । ଆଦିବାସୀ ମାନେ ରାତି ରେ ନିଶି ପୂଜା ସାରିବା ପରେ ଖଇର ଗୁଡା ଓ କୁମୁରିଆ ରୁ ପୃଥକ ପୃଥକ ଭାବରେ ଶୋଭାଯାତ୍ରାରେ ବାହାରି ବଡଖଳା ଓ ସାନଖଳାରେ ପହଞ୍ଚିଥିଲେ ଆଦିବାସୀ ଆଉ ଆରମ୍ଭ ହୋଇଥିଲା ବଳି ପ୍ରଥା ।

sulia-jatra

ଶୁଲିଆ ପୀଠରେ ବଳି ପ୍ରଥାକୁ ନେଇ କିଛି ବର୍ଷ ଧରି ବାବାଦ ରହିଥିଲା । ବଳି ପ୍ରଥାକୁ ରୋକିବାକୁ ପୋଲିସର କଟକଣା ବି ରହିଥିଲା । କିନ୍ତୁ ବଳି ପ୍ରଥା ବନ୍ଦ ହୋଇନଥିଲା । ଏବେ ୨୦୧୫ ମସିଆ ରୁ ଆଦିବାସୀ ପରମ୍ପରା ଉପରେ ପୋଲିସର କଟକଣା ନାହିଁ । ଆଉ ବଳି ପ୍ରଥାକୁ ରୋକିବାକୁ ସଚେତନ କରିବାକୁ ଚେଷ୍ଟା କରାଯାଇଥିଲେ ବି କିଛି ଲାଭ ହୋଇନାହିଁ ।

ଆଦିବାସୀଙ୍କ ପରମ୍ପରା ଉପରେ କେହି ହସ୍ତକ୍ଷେପ କରିନାହାନ୍ତି । କେବଳ ଶାନ୍ତି ଶୃଙ୍ଖଲା ପାଇଁ ୩ ପ୍ଲାଟୁନ ପୋଲିସ ର୍ଫୋସ , ୪୦ ହୋମଗାର୍ଡ , ୧୫ ଜଣ ପୋଲିସ ଅଧିକାରୀ ଓ ୩ଜଣ ମାଜିଷ୍ଟ୍ରେଟ ମୁତୟନ ହୋଇଥିଲେ । ବଳି ପ୍ରଥାକୁ ବନ୍ଦ କରିବାକୁ ନାଁ ଅଛି କଟକଣା ନାଁ ଅଛି ସଚେତନତା । ଆସ୍ଥା ବିଶ୍ୱାସ ଓ ପରମ୍ପରା ନାଁ ରେ ଚାଲିଲା ପ୍ରଥା ପରମ୍ପରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.