Below header

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଶାହି ଇଦ୍‌ଗାହର ହେବ ନାହିଁ ସର୍ଭେ, ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷଙ୍କୁ ସୁପ୍ରିମ୍‌କୋର୍ଟଙ୍କଠାରୁ ଝଟ୍‌କା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଛନ୍ତି, ଯେଉଁଥିରେ ଶାହି ଇଦ୍‌ଗାହର ସର୍ଭେ ପାଇଁ କୋର୍ଟ କମିଶନର ନିଯୁକ୍ତ କରିବାକୁ ଆଦେଶ ଦିଆଯାଇଥିଲା ।

ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷଙ୍କୁ ସୁପ୍ରିମ୍‌କୋର୍ଟଙ୍କଠାରୁ ଝଟ୍‌କା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଛନ୍ତି, ଯେଉଁଥିରେ ଶାହି ଇଦ୍‌ଗାହର ସର୍ଭେ ପାଇଁ କୋର୍ଟ କମିଶନର ନିଯୁକ୍ତ କରିବାକୁ ଆଦେଶ ଦିଆଯାଇଥିଲା ।

ଆହ୍ଲାବାଦ ହାଇକୋର୍ଟ ଗତ ବର୍ଷ ଡିସେମ୍ବର ୧୪ରେ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ଶାହି ଇଦ୍‌ଗାହ ପରିସର ସର୍ଭେକୁ ମଞ୍ଜୁରୀ ଦେଇଥିଲେ । ଏହା ବିରୋଧରେ ମୁସଲମାନ ପକ୍ଷ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍‌କୋର୍ଟ ମୁସଲମାନ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ଜାରି ରହିବ, କିନ୍ତୁ ସର୍ଭେ କରିବା ପାଇଁ କୋର୍ଟ କମିଶନର ନିଯୁକ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ୍‌ ରହିବ ।

ସର୍ବୋଚ୍ଚ ନ୍ୟାୟାଳୟ ହିନ୍ଦୁ ପକ୍ଷ ଉପରେ ପ୍ରଶ୍ନ ଉଠାଇ କହିଥିଲେ କି, ଆପଣଙ୍କ ଆବେଦନ ସ୍ପଷ୍ଟ ନାହିଁ । ଆପଣଙ୍କୁ ସ୍ପଷ୍ଟ ରୂପେ କହିବାକୁ ହେବ ଯେ ଆପଣ କ’ଣ ଚାହୁଁଛନ୍ତି ? ଏହା ବ୍ୟତୀତ ସ୍ଥାନାନ୍ତରର ମାମଲା ମଧ୍ୟ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଆମକୁ ତାହା ଉପରେ ମଧ୍ୟ ନିଷ୍ପତ୍ତି ନେବାର ଅଛି ।

ସୂଚନାଯୋଗ୍ୟ, ଭଗବାନ ଶ୍ରୀକୃଷ୍ଣ ବିରାଜମାନ ସଙ୍ଗଠନ ଏବଂ ଅନ୍ୟ ୭ ଜଣ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାୟର କରି ଶାହି ଇଦ୍‌ଗାହ ପରିସରରେ ଏଏସ୍‌ଆଇ ସର୍ଭେ କରିବାକୁ ଦାବି କରିଥିଲେ । ପିଟିସନରେ ଦାବି କରାଯାଇଥିଲା କି, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମସ୍‌ଜିଦର ତଳେ ରହିଛି । ସେଠାରେ ଏମିତି ଅନେକ ସଙ୍କେତ ରହିଛି, ଯେଉଁଥିରୁ ଜଣାପଡ଼ୁଛି, ମସ୍‌ଜିଦ ଏକ ହିନ୍ଦୁ ମନ୍ଦିର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.