SAIL ରେ ତୁରନ୍ତ କରନ୍ତୁ ଆବେଦନ, ଆବେଦନ କରିବା ପାଇଁ ଶେଷ ତାରିଖ ୧୮ ଜାନୁଆରୀ

ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁଯାୟୀ ଅନେକ ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଅଫିସିଆଲ ୱେବସାଇଟ cellcareers.com କୁ ଯାଇ ଆବେଦନ କରିପାରିବେ ।

ଆପଣ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁଯାୟୀ ଅନେକ ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଅଫିସିଆଲ ୱେବସାଇଟ cellcareers.com କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୬

ଆଟେଣ୍ଡାଣ୍ଟ କମ୍‌ ଟେକ୍ନିସିଆନ : ୪୦
ଅପରେଟର କମ୍‌ ଟେକ୍ନିସିଆନ : ୩
ଆଟେଣ୍ଟାଣ୍ଟ କମ୍‌ ଟେକ୍ନିସିଆନ (ବଏଲର) : ୩

ଜରୁରୀ ତାରିଖ : ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୧୮ ଜାନୁଆରୀ ୨୦୨୪ ରହିଛି ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୮ ବର୍ଷରୁ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ । ଚୟନିତ ପ୍ରାର୍ଥୀଙ୍କୁ ଲେବଲ-୧ ଆଧାରରେ ମାସିକ ଦରମା ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍‌, ଆଇଟିଆଇ ପାସ୍‌ ସହିତ ବିଭିନ୍ନ ସ୍ପୋଟର୍ସ ଷ୍ଟ୍ରିମରେ ଖେଳିଥିବା ଜରୁରୀ । ଏସିଭିଟି ଦ୍ୱାରା ନ୍ୟାସନାଲ ଅପାରଣ୍ଟିସ ସାର୍ଟିଫିକେଟ ରହିଥିବା ଜରୁରୀ ।

ଆବେଦନ ଶୁଳ୍କ : ଅପରେଟର କମ୍‌ ଟେକ୍ନିସିଆନ (ବଏଲର ଅପରେଟର) ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀ ଆବେଦନ ପାଇଁ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD/ESM/ବିଭାଗୀୟ ପ୍ରାର୍ଥୀ ୧୫୦ ଟଙ୍କା ଦେବେ । ଅନ୍ୟ ପଦବୀ ପାଇଁ ସାଧାରଣ ବର୍ଗ/ଓବିସି/EWSପ୍ରାର୍ଥୀ ଆବେଦନ ପାଇଁ ୩୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD/ESM/ବିଭାଗୀୟ ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରନ୍ତୁ ।
ଏହାପରେ ହୋମପେଜରେ ସମ୍ବନ୍ଧୀୟ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ଲଗଇନ କରନ୍ତୁ ।
ନିଜକୁ ରେଜିଷ୍ଟ୍ରର କରିବା ପରେ ଆବେଦନ କରନ୍ତୁ ।
ସମସ୍ତ ଦସ୍ତାବିଜ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ । ଶେଷରେ ଆବେଦନ ଫର୍ମକୁ ଡାଉନଲୋଡ କରି ରଖନ୍ତୁ ।
ଏହାପରେ ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.