ଆଜି ମହାପ୍ରଭୁଙ୍କ ସୁନାବେଶ, ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜୀଉ । ରଥରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୪ଟାରେ ସୁନାବେଶ ଲାଗି ଆରମ୍ଭ ହେବ । ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଖଚିତ ଅଳଙ୍କାର ଅଣାଯିବ । ଖୁଣ୍ଟିଆ, ମେକାପ ଓ ଦଇତାପତି ପ୍ରଭୃତି ସେବାୟତଙ୍କ ସହଯୋଗରେ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରାଯିବ । ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମରିଚିକୋଟ ଛକରୁ ବ୍ୟାରିକେଟ ଦେଇ ଭକ୍ତମାନେ ୩ ରଥକୁ ପରିକ୍ରମା କରିବା ସହ ସୁନାବେଶ ଦର୍ଶନ କରିପାରିବେ । ରଥ ଚାରିପାଖ, ଶ୍ରୀମନ୍ଦିରଓ ସହରରେ ପ୍ରାୟ ୧୪୫ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ କଡା ଟ୍ରାଫିକ କଟକଣା କରାଯିବ । ଆସନ୍ତାକାଲି ଅଧରପଣା ନୀତି ଓ ୧୫ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.