କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡରେ ଜଣେ ମୃତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସହିରା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ରାମଚନ୍ଦ୍ର ଜେନା। ଏହି ଘଟଣାକୁ ନେଇ ସହିରା ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ଦିନ ହେବ ସହିରା ଗାଁର ସପନି ଜେନା ଓ ଲକ୍ଷ୍ମୀଧର ଜେନାଙ୍କ ପରିବାର ମଧ୍ୟରେ ଜମିବାଡ଼ି ମାପଚୁପକୁ ନେଇ ବିବାଦ ଲାଗି ରହିଥିଲା। ଗତ ୯ ତାରିଖ ଦିନ ରାମଚନ୍ଦ୍ର ଜେନା ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆଳି ଥାନା ପୋଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.