ସୁନ୍ଦରଗଡ଼ର ଦରଦୀ ଏସପିଙ୍କ ମାନବିକତା , ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି
ସୁନ୍ଦରଗଡ଼ ଏସପିଙ୍କ ମାନବିକତା । ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ଏସପି ସୌମ୍ୟା ମିଶ୍ର । ଗତକାଲି ଅପରାହଣରେ ସେ ବିଜୁ ଏକ୍ସପ୍ରେସ ୱେରେ ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଯାଉଥିବା ବେଳେ ରାସ୍ତାରେ ଅଟକି ଦୁର୍ଘଟଣାରେ ଗୁରୁତର ଆହତ ସାଇକେଲ ଆରୋହୀ ରାଜେନ୍ଦ୍ର କିସପଟ୍ଟାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ରାଜଗାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ରାଜେନ୍ଦ୍ର କିସପଟ୍ଟାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ତେବେ ରାସ୍ତା ଉପରୁ ଗୁରୁତର ଆହତ ରାଜେନ୍ଦ୍ରଙ୍କୁ ଏସପି ସୌମ୍ୟା ମିଶ୍ର ଉଦ୍ଧାର କରିବାର ଦୃଶ୍ୟ ଭାଇରାଲ ହୋଇଛି ।