Below header

ଓଡିଆ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ବର (କେନ୍ୟୁଜ୍) : ଓଡିଆ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଗତକାଲି ଦିଲ୍ଲୀ କ୍ୟାଣ୍ଟନ ମେଣ୍ଟର ବ୍ରାର ସ୍କୋୟାର କ୍ରିମେସନ ଗ୍ରାଉଣ୍ଡରେ ଶେଷକୃତ୍ୟ ସଂପନ୍ନ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାୟୁସେନାର ଭାଇସ୍ ଚିଫ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ନୂଆଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୁନିତଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଗତ ୩ ତାରିଖରେ ବାୟୁସେନାର ଏଏନ୩୨ ବିମାନ ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଯାଇଥିଲା। ଏହାର ୯ଦିନ ପରେ ଘଞ୍ଚ ଜଙ୍ଗଲ ମଧ୍ୟରୁ ବିମାନର ଭଗ୍ନାଶଂ ମିଳିବା ସହ ସେଥିରେ ଥିବା ସମସ୍ତ ୧୩ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.