ବିପଦଜ୍ଜନକ ଗାଁ : ଯେଉଁଠି ଅପରାଧ ପାଇଁ ଦିଆଯାଏ ଟ୍ରେନିଙ୍ଗ୍, ଲୁଟ୍ ପାଇଁ ପ୍ରସ୍ତୁତ ୫୦୦ ଯୁବକ

ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଗୋଟିଏ ଗାଁ ରହିଛି କଡିଆ । ଯାହା କି ଖୁବ୍ ବିପଦଜନକ । କାରଣ ଏଠାରେ ଯୁବପିଢୀଙ୍କୁ ଦିଆଯାଏ ଅପରାଧର ଟ୍ରେନିଙ୍ଗ୍ । ବ୍ୟାଙ୍କରେ ଗ୍ରାହକଙ୍କଠୁ ଏବଂ ବିବାହ ସମାରୋହରେ ଟଙ୍କା ଭର୍ତ୍ତି ବ୍ୟାଗ୍ କିଭଳି ଗାୟବ କରାଯିବ ଦିଆଯାଉଛି ଟ୍ରେନିଙ୍ଗ୍ ।

ପ୍ରକୃତରେ କଡିଆ ଗାଁରୁ ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ୍ । ଆଉ ପଚରାଉଚରା ସମୟରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଅଭିଯୋଗ ମୂତାବକ, ମୋହନ ସିଂହ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇଥିଲେ । ଏହା ପରେ ତାଙ୍କୁ ପିଛା କରିଥିଲେ ତିନି ଜଣ ଯୁବକ । ଆଉ ଆଖି ପିଛୁଳାକେ ଉଡାଇ ନେଇଥିଲେ ସମସ୍ତ ଟଙ୍କା । ଏହା ପରେ ଯାଂଚ ଆରମ୍ଭ କରିଥିଲା ପୋଲିସ୍ । ଆଉ ଗିରଫ ହୋଇଥିଲେ ଗୋଟିଏ ପରିବାରର ମା’ ଏବଂ ପୁଅ ସହ ୩ ଅଭିଯୁକ୍ତ ।

ତେବେ ପଚରା ଉଚରା ସମୟରେ ସାମ୍ନାକୁ ଆସିଥିଲା ସାଂଘାତିକ ତଥ୍ୟ । କଡିଆ ଗାଁର ପ୍ରାୟ ୫୦୦ ଯୁବକ ଏବଂ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇଥିବା ଗ୍ରାହକ ଏବଂ ବିବାହ ସମୟରେ କନ୍ୟାର ପିତାଠୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟ୍ କରନ୍ତି । ଏଥିପାଇଁ ଏମାନଙ୍କୁ ଟ୍ରେନିଙ୍ଗ୍ ମଧ୍ୟ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.