Below header

ଅନ୍ଧବିଶ୍ବାସ : ମୃତ ଲୋକକୁ ଜୀବିତ କରିବାକୁ ଯାଇ ହସପିଟାଲରେ ଚାଲିଲା ଝଡାଫୁଙ୍କା

କଳାହାଣ୍ଡି (କେନ୍ୟୁଜ୍) : ଶବାଗାରରେ ଗୁଣିଆ। ମୃତ ଲୋକକୁ ବଞ୍ଚାଇବାକୁ ଚାଲିଛି ଝଡ଼ାଫୁଙ୍କା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ। ଏହାକୁ ନେଇ ହସ୍ପିଟାଲରେ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକ ହେଲେ ତୁମେରବାହାଲ ଗାଁର ସତୀଶ କୁମାର ଭୋପାଲ। ତାଙ୍କ ସାପ କାମୁଡ଼ି ଦେଇଥିଲା। ଚିକିତ୍ସା ପାଇଁ ସତୀଶଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ମର୍ଗରେ ରଖାଯାଇଥିଲା। ତେବେ ପରିବାର ଲୋକ ସତୀଶଙ୍କୁ ବଞ୍ଚାଇବା ପାଇଁ ଗୁଣିଆ ଡାକି ଝଡ଼ାଫୁଙ୍କା କରାଇଥିଲେ। ଯାହାକୁ ବିରୋଧ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.