ବିଲ୍ ପାସ କରିବା ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର ଭିଜିଲାନ୍ସ ଜାଲରେ

ଯାଜପୁର ଟାଉନ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସୁପରିନଟେଣ୍ଡିଂ ଇଞ୍ଜିନିୟର। ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଯାଜପୁର ଡ୍ରେନେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ଡ୍ରେନେଜ ଡିଭିଜନରେ ଭଡ଼ାରେ ଲାଗିଥିବା ଏକ ଗାଡିର ବିଲ୍‌ ପାସ୍‌ ପାଇଁ ଜଣଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ଭଡ଼ା ବିଲ୍ ପଇଠ ପାଇଁ ଦେବାଶିଷ ପଣ୍ଡାଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏନେଇ କଟକ ଭିଜିଲାନ୍‌ସ ବିଭାଗକୁ ଜଣାଇଥିଲେ।

ଆଜି ଚଣ୍ଡିପ୍ରସାଦ ମହାପାତ୍ର ଦେବାଶିଷଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଡିଏସପିଙ୍କ ନେତୃତ୍ୱରେ ଟିମ୍‌ ଧରିଥିଲା। ତାଙ୍କ ଠାରୁ ନଗଦ ଟଙ୍କା ଜବତ କରାଯିବା ସହ ତାଙ୍କ ଭୁବନେଶ୍ୱର ରଘୁନାଥପୁର ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସ୍ଥିତ ଘର ଉପରେ ଚଢଉ ଜାରି ରହିଥିବା ଭିଜିଲାନ୍‌ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ ସୂଚନା ଦେଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.